ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ସାଇବର ଅପରାଧି ମାନେ ସେମାନଙ୍କ କାୟା ବିସ୍ତାର କରିଥିବା ବେଳେ ବିଳମ୍ବରେ ହେଉ ପଛେ ସାଇବର ଅପରାଧିଙ୍କୁ ସାବାଡ କରିବା ପାଇଁ ନୟାଗଡ଼ ସାଇବର ଥାନା ମାଧ୍ୟମରେ ଯେଉଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ହୁଏତ ସାଇବର ପୋଲିସ ଖୁବ୍ ଶିଘ୍ର ସାଇବର ଅପରାଧରେ ସମ୍ପୃକ୍ତ ଅପରାଧି ଏବଂ କିଙ୍ଗ ପିନ୍ କୁହାଯାଉଥିବା ସେମାନଙ୍କ ରିଙ୍ଗ ମାଷ୍ଟରକୁ ମଧ୍ୟ ଖୋଜି ବାହାର କରିବାରେ ସଫଳ ହେବ। ସାଇବର ଠକ ମାନଙ୍କୁ ଏବଂ ଏହି ସାଇବର ଅର୍ଥନୈତିକ ଅପରାଧିକ ସାମ୍ରାଜ୍ୟର ସମ୍ରାଟ (ଫ୍ରଡଷ୍ଟର) ମାନଙ୍କୁ ଧରିବା ନିମନ୍ତେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଜମା ଖାତା ଯାଞ୍ଚ କରାଯାଇଥିବା ବେଳେ ୩ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି।ସେମାନେ ହେଲେ ଶରଣକୁଳ ଥାନା ବଧିସାହି ଗ୍ରାମର ସୁନୀଲ କୁମାର ସାହୁ(୨୩), ବଡ଼ପୁଟ ଗ୍ରାମର ଯୋଗୀ ନାୟକଙ୍କ ପୁଅ ଚରଣ ନାୟକ(୩୫) ଏବଂ ଓଡ଼ଗାଁ ଥାନା ଘଷାଦେଇପୁରର ଶ୍ରୀଧର ନାୟକ(୪୪)। ଏମାନଙ୍କ ପରି ଅନେକ ସାଇବର ଠକ ପ୍ରବଞ୍ଚକମାନେ ମନ୍ଦ ଉଦ୍ଦେଶ୍ୟ ରଖି ଗାଁର ସାଧାରଣ ଲୋକଙ୍କ ଅଜ୍ଞତାର ଫାଇଦା ଉଠାଇ ସେମାନଙ୍କ ସହିତ ପ୍ରବଞ୍ଚନା କରି ଅର୍ଥାତ୍ ଟଙ୍କା ଦେବାର ଲୋଭ ଦେଖାଇ ହେଉ ଅଥବା ଜବ କାର୍ଡ କରିଦେବା ପାଇଁ ଅଥବା ଭୁଆଁ ବୁଲେଇ ସେମାନଙ୍କ ଠାରୁ ଆଧାର କାର୍ଡ,ଭୋଟ ପରିଚୟପତ୍ର, ଫଟୋ ଏବଂ ଅନ୍ୟ ଆବଶ୍ୟକ ନଥିପତ୍ର ନେବା ସହିତ ଦସ୍ତଖତ ନେଇ ବିଭିନ୍ନ ବ୍ୟାଙ୍କରେ ଜମା ଖାତା ଖୋଲିଥାନ୍ତି। ଏବଂ ପରେ ସେମାନଙ୍କ ଏଟିଏମ୍ କାର୍ଡ ରଖି ତାକୁ ସାଇବର ଠକେଇ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ଏହି ଠକମାନେ ଠକେଇ କରି ଅର୍ଥ ଉପାର୍ଜନ କରି ବେଶ୍ ଏକ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିବା ବେଳେ ଠକର ଶିକାର ହୋଇଥିବା ପରିବାର ପାଇଁ ଏହା ସର୍ବନାଶ ଆଣିଥାଏ। ସୂଚନା ଥାଉକି ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ନଗର ବଜାରରେ ବହୁ ଦୋକାନୀ କାରବାର ବେଳେ ଫୋନପେ ମାଧ୍ୟମରେ ଟଙ୍କା ନେଇ ପ୍ରତ୍ୟେକେ ୬୨୦୦,୧୨୪୦୦, ୧୮୬୦୦,୨୪୮୦୦ ଏହି କ୍ରମରେ ୬୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରେ ଜବତ ହୋଇ ପଡ଼ି ରହିଛି।
ରାଜ୍ୟ
ସାବାଡ଼ ହେବେ ସାଇବର ଅପରାଧି: ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଜମା ଖାତା ଯାଞ୍ଚ ୩ ଜଣ ଠକ ଗିରଫ
- Hits: 70








