ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ଵାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି l ପ୍ରତ୍ୟୁଷ ଘ.୪.୩୦ମି ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ଘ.୭.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷ ତଥା ସମସ୍ତ ପାରିଷଦ ବୃନ୍ଦ ଓ କର୍ମଚାରୀଙ୍କ ଦ୍ବାରା ବାଲିଗୁଡ଼ା ପିଡ pwd ଛକ ଠାରେ ଥବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି, ନେହେରୁ ପ୍ରତିମୂର୍ତି, ବସଷ୍ଟାଣ୍ତ ନିକଟରେ ଥିବା ବନବାସୀ ସେବାସମିତିର ପ୍ରତିଷ୍କୃତା ବିଶ୍ଧନାଥ ପଟ୍ଟନାୟକଙ୍କ ପ୍ରତିମୂରତିରେ ପୁଷ୍ପମାଲ୍ୟ ଦିଆଯାଇଥିଲା l ସକାଳ ଘ.୮.୦୦ ମି ସମୟରେ ଅଧ୍ଧକ୍ଷ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ଦ୍ବାରା କାର୍ଯ୍ୟ।ଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା l ସକାଳ ଘ.୮.୩୦ମିରୁ ସକାଳ ଘ.୯.୩୦ ମି.ମଧ୍ୟରେ ଏହି ସ୍ଵାୟତ୍ତ ଶାସନ ଦିବସରେ ବାଲିଗୁଡା ବିଜେଡି ଦଳ ପକ୍ଷରୁ ମେଡିକାଲ ରେ ରୋଗୀମାନଙ୍କୁ ଓ କାରାଗାର ଠାରେ କଏଦିମାନଙ୍କୁ ଫଳ ବଣ୍ଟନ କରିଥିବା ଦେଖୁବାକୁ ମିଳିଛି l ସକାଳ ଘ. ୧୦.୦୦ମି ସମୟରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ବାରା ବାଲିଗୁଡା ଥାନା କାର୍ଯ୍ୟାଳୟ ପରିସରରେ ସି.ସି.ଟି.ଭି ସ୍ଥାପନର ଉଦଘାଟନ ଉତ୍ସବ ହୋଇଯାଇଛି l ସକାଳ ଘ ୧୧.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ସାଧାରଣ ଶଭା ଆରମ୍ଭ ହୋଇଥିଲା l
ବୈଠକରେ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଟୁନାଦାସ, ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର, ଏସଡିପିଓ ଜିଆର ରାଘବେନ୍ଦ୍ର, ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ଜିଲ୍ଲାପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ, ବିଡିଓ ଶଶାଙ୍କ ପାତ୍ର, ପୂର୍ବତନ ଏନଏସି ଅଧକ୍ଷ ଲୋକନାଥ ପାଢି, ଉପାଧ୍ୟକ୍ଷା ଶାନୌୀ ନାୟକ, ବରିଷ୍ଠ ଆଡଭୋକେଟ କୈଶିକ ସାହୁ, ବାଲିଗୁଡା ଏନଏସିର ସମସ୍ତ କାଉନସିଲର ଓ କର୍ମଚାରୀ, ସାମ୍ବାଦିକ ଯୋଗଦାନ କରି ଥିଲେ l