ହେଡଲାଇନସ୍:

ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ(ସିମୁନ୍ ନାଏକ): ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବି୍ରଜ ଛକ ଠାରେ ଜାତୀୟ ପତାକା ଉତଳନ କରାଯାଇଥିଲା । କ୍ଲବର ସଭାପତି ବରଜ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତଳନ କରିଥିଲେ । ଭାରତବର୍ଷ ସ୍ୱାଧିନତାର ଇତିମଧ୍ୟରେ ୭୧ବର୍ଷ ବିତିଯାଇଛି । ବର୍ତମାନ ଦେଶ ଏକ ପ୍ରଗତିଶୀଲ ଗଣତନ୍ତ୍ର ରାଷ୍ଟ୍ରଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆମ ମାନଙ୍କର ସମ୍ମିଳିତ ଉଦ୍ୟମ ଦେଶକୁ ଆହୁରି ବିକଶିତ କରିପାରିବ ତେବେ ଯାଇ ସ୍ୱାଧିନ ସମୟରେ ବଳିଦାନ ଦେଇଥିବା ସେହି ମହାମନିଷୀ  ମାନଙ୍କର ଲକ୍ଷ୍ୟ ସଫଳ କରିପାରିଛୁ ବୋଲି ଆମେ ଗର୍ବ କରିପାରିବା ବୋଲି ଶ୍ରୀ ବେହେରା ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର ଉପ ସଭାପତି ସମରେଶ ମିଶ୍ର ପରିଚାଳନା କରିଥିବାବେଳେ ଚିତ୍ରୋତ୍ପଳା  ଯୁବ ପରିଷଦ ସଭାପତି ବାବୁଲାଲ ଅଗ୍ରୱାଲା, କୋଷାଧ୍ୟକ୍ଷ ପ୍ରମୋଦ ପ୍ରଧାନ, ରମେଶ ସାହୁଙ୍କ ସମେତ କ୍ଲବର ଅନ୍ୟାନ ସଦସ୍ୟଗଣ ଉପସ୍ଥିତ ଥିଲେ । ଏହି ପତାକା ଉତଳନ କାର୍ଯ୍ୟକ୍ରମରେ ସ୍ଥାନିୟ ଶ୍ରୀମା ଅରବିନ୍ଦ ସ୍କୁଲର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ । ଏହାପରେ ବିରନରସିଂପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେସକ୍ଲବ ପକ୍ଷରୁ ପାଠ୍ୟ ଉପକରଣ ବଂଟନ କରାଯିବାସହ ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସ୍କୁଲ ପରିଚାଳନା କମିଟି ସଦସ୍ୟ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ମହାକୁଳ, ବିରାମଚନ୍ଦ୍ରପୁର ଗ୍ରାମ ସଭାପତି ଜୟ କିଶୋର ମିଶ୍ର ପ୍ରମୁଖ ଅତିଥିଭାବେ ଉପସ୍ଥିତ  ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିବାବେଳେ କ୍ଲବର ସଦସ୍ୟଗଣ ଉପସ୍ଥିତ ରହି ସହଯୋଗ କରିଥିଲେ । 

0
0
0
s2sdefault