ହେଡଲାଇନସ୍:

ଜନଜାଗରଣ ମଞ୍ଚ ର ସପ୍ତାହ ବ୍ୟାପୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲା ବ୍ୟାପୀ ଜନ ସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଓଡ଼ିଶାର ଗରିବ ଶ୍ରେଣୀ ଲୋକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଦୃଢ଼ ପ୍ରତିଶ୍ରୁତି ବଦ୍ଧ ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଗଷ୍ଟ ମାସ ୨୦୧୮ମସହାରେଆରମ୍ବ କରିଥିଲେ ସମସ୍ତ ଯୋଗ୍ୟ ପରିବାର କୁ ବିଜୁ କୃଷକ କଲ୍ୟାଣ ଯୋଜନା, ସ୍ମାର୍ଟ କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମଧ୍ୟ
ସରକାର ଗରିବଶ୍ରେଣୀ ଲୋକମାନଙ୍କୂ ଉତ୍ତମ ସ୍ୱାସ୍ଥ୍ୟ ସେଵା ଯୋଗାଇ ଦେବା ପାଇଁ ନିର୍ବାଚନ ୨୦୨୧ ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ପଞ୍ଚାୟତ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ପ୍ରଦାନ କରିଥିଲେ।ସେଥିପାଇଁ ଏହାର ସ୍ତିତି ଅନୁଧ୍ୟାନ କରିବା ପାଇଁ ଓଡିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ର ୧୮ଗୋଟି ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏକ
ସର୍ଭେ କରାଯାଇଥିଲା। ଜନ ଜାଗରଣ ମଞ୍ଚ, ରାୟଗଡ଼ା ଜିଲ୍ଲାର ୮ଗୋଟି ଵ୍ଲକରେ ପ୍ରାୟ୩୦୦୦ ରୁ ଉର୍ଦ୍ଧ୍ବ ପରିବାର କୁ ନେଇ ଜିଲ୍ଲା ସ୍ତରରେ ସର୍ଭେ କରାଯାଇଥିଲା । ଉକ୍ତ ସର୍ଭେ ରେ ମଞ୍ଚ ର କର୍ମୀମାନେ ଜାଣିବା କୁ ପାଇଥିଲେ ଯେ ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାଁନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କଣ ଓ ତାହା ଵ୍ଯଵହାର କିପରି କରାଯିବ, ସେଥିରେ କି କି ଲାଭ ମିଳିବ ଓ କେଉଁଠାରେ ଚିକିତ୍ସିତ ହେବ, କେତେ ଟଙ୍କାର ସୁବିଧା ମିଳିବ ଆଦି ବିଷୟରେ ସଚେତନତା ନଥିଵା କାରଣରୁ ଜନଜାଗରଣ ମଞ୍ଚ ତରଫରୁ ୩ ଟି ଦଳରେ ଵିଭକ୍ତ ହୋଇ ୮ଗୋଟି ଵ୍ଲକରେ ୩୬ ପଞ୍ଚାୟତ ଓ ୯୬ ଗ୍ରାମ ସ୍ତରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ଲୋକ ମାନଙ୍କୁ ସଚେତନତା କରାଇଵା ପାଇଁ ବାଇକ ଶୋଭାଯାତ୍ରାରେ ବାହାରି ଗାଁ ଓ ପଞ୍ଚାୟତ ମାନଙ୍କରେ ବୁଲି ବୁଲି ଵିଜୁ ସ୍ୱାସ୍ଥ୍ୟ କାର୍ଡ଼ ବିଷୟରେ ସଭା ସମିତି ,କାନ୍ଥ ଲେଖା, ସ୍ଲୋଗାନ , ପଥପ୍ରାନ୍ତ ନାଟକ,ପ୍ଳାକକାର୍ଡ,ଆଦି ମାଧ୍ୟମରେ ଜନ ସଚେତନତା କରିବା ସହିତ ସରପଞ୍ଚ, ସମିତି ମେମ୍ବର, ଓ୍ୱର୍ଡ଼ ମେମ୍ବର ,ଅଙ୍ଗନଓ୍ୱର୍ଡୀ କର୍ମୀ, ଆଶା କର୍ମୀ ଜିଲ୍ଲା ପାଳ , ଜିଲ୍ଲା ଚିକିତ୍ସା ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହିତ ଏ ସମସ୍ୟା ଦୂର କରାଇଵା ଏହି ଅଭିଯାନ ର ଲକ୍ଷ୍ୟ ଥିବା ମଞ୍ଚ ର ସଦସ୍ୟ ସଦସ୍ୟା କହିଛନ୍ତି ଏହି ଅଭିଯାନ ବେଳେ ଦେଖିବାକୁ ପାଇଥିଲେ ଯେ ପାଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥାଇ ମଧ୍ୟ ଚିକିତ୍ସା ନ ପାଇ ଘରକୁ ଫେରି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି କାଶିପୁର ବ୍ଲକ ର ଚନ୍ଦ୍ର ଗିରି ପଞ୍ଚାୟତ ର କଷନାଦର,ମାଇକଞ୍ଚ ପଞ୍ଚାୟତ ର ଫୁଳଫିନ୍ଦା ଗ୍ରାମ,କଲୋନରା ବ୍ଲକ ର ଭୋଇମଡା ଏମାନେ କଟକ ସରକାରୀ ଡାକ୍ତରଖାନା, ଗୁଣପୁର ରେ ଥିବା ବେସରକାରୀ ସୋମନାଥ ‌ଡାକ୍ତରଖାନାରୁ । ପ୍ରକାଶ ଥାଉକି ତାଙ୍କରୀ ଗୋଟିଏ ଦଳ କଲୋନରା ଓ କାଶିପୁର ବ୍ଲକ ର ୧୦‌ ରୂ ଉର୍ଦ୍ଧ ମଟର ସାଇକେଲ ଯୋଗେ କଲୋନରା ବ୍ଲକ ର ସୁରି ପଞ୍ଚାୟତ ଅନ୍ତର୍ଗତ ଭତୁଡି ଗ୍ରାମ ରୁ ସଭାଯାତ୍ରା ସରପଞ୍ଚ ଶ୍ରୀମତୀ ଛବିରାଣି ଜିଲାକାରା ଙ୍କ ଦ୍ଵାରା କରକମଳ ହସ୍ତରେ ଉଦ୍ ଘାଟନ କରାଯାଇ ୧୫ ଟି ପଞ୍ଚାୟତ ୪୧ ଟି ଗାଁ ଦୁଇଟି ହାଟ ରେ ସଚେତନତା ବାର୍ତ୍ତା ପହଞ୍ଚାଇ ମାଇକଞ୍ଚପଞ୍ଚାୟତ ର ଫୁଲ ପିନ୍ଧା ଗ୍ରାମ ରେ ସେଷକରାଗଲା ଏହାର ନେତୃତ୍ୱ ରାୟଗଡ଼ା ଜିଲ୍ଲା କାର୍ଯ୍ୟ ରଥ ଜନଜାଗରଣ ମଞ୍ଚ ର ସକ୍ରିୟ କର୍ମୀ , ଲକ୍ଷ୍ମୀ ଶବର , ସୁମିତ୍ରା କୁଲସିକା, ଇନ୍ଦୁମତି ଖରା ସତନ ମାଝୀ,ସୀମାଞ୍ଚଳ ନାଏକ (ଶିବରାମ)ସୁରତ ଗୋପାଳ,କୁଶ ପ୍ରଧାନ, ଭାଗିରଥି ସାହୁ, ପାଇକ ମାଝୀ,ସଦା ମାଝୀ,କେଶବ ମାଝୀ,ବିଚିନ୍ଦ୍ର ନାଏକ ଜନଜାଗରଣ ମଞ୍ଚ ସଙ୍ଗଠନ ର ଦାବି ହେଉଛି କି
୧-ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବିଷୟରେ ପଞ୍ଚାୟତ ପ୍ରତିନିଧି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ଗାଁ ଗାଁରେ ସଚେତନତା କରାଇବା ପାଇଁ ତାଲିମ ପ୍ରଦାନ କରାଯାଉ।
୨- ଏପର୍ଯ୍ୟନ୍ତ ୧୫ ଭାଗ ପରିବାର କାର୍ଡ଼ ପାଇନଥିବା ପରିବାର କୁ ସର୍ଭେ କରି କାର୍ଡ଼ ଯୋଗାଯାଉ।
୩- ଗାଁ ଗାଁରେ ପୋଷ୍ଟର, କାନ୍ଥ ଲେଖା ,ଡାକବାଜି ଯନ୍ତ୍ର,ପଥ ପ୍ରାନ୍ତ ନାଟକ ଡେଙ୍ଗୁରା ମାରି, ଓ ସୋସିଆଲ ମେଡିଆ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉ।
୪- ଜିଲ୍ଲା ସ୍ତରରେ ଟୋଲ ଫ୍ରି ନମ୍ବର ଉପଲବ୍ଧ କରାଯାଉ।
୫- ରୋଗୀ ଙ୍କ ସ୍ତିତି କୁ ଅନୁଧ୍ୟାନ କରି ତୁରନ୍ତ ରୋଗୀ ଙ୍କୁ ଆବଶ୍ୟକତା ମୁତାବକ ରେଫର କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସରକାର ପରାମର୍ଶ ଦିଅନ୍ତୁ
ଏହି ଦାବି ପୂରଣ ପାଇଁ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜନପ୍ରତିନିଧି ମାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ମଞ୍ଚ ର ସଦସ୍ୟ ସଦସ୍ୟମାନେ ଦାବି କରିଛନ୍ତି।

0
0
0
s2sdefault