ହେଡଲାଇନସ୍:

ବ୍ୟାୟାମ ଓ ସମରକଳା ଗୁରୁ ଜ୍ଞାନ ରଞ୍ଜନ ମହାନ୍ତି ଙ୍କୁ ମିଳିଲା ଏସିଆ ଆଇକୋନିକ ଆୱାର୍ଡ଼ ସହ ଅନରିସ କାଉସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁରୁଗ୍ରାମ: ସମାଜ ଓ ଦେଶ ଉଦ୍ଦେଶ୍ୟରେ କରାଯାଉଥିବା ବିଭିନ୍ନ ସେବା ଓ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରତିବର୍ଷଭଳି ଚଳିତବର୍ଷମଧ୍ୟ ଏକ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ଭିନ୍ନ ଭିନ୍ନ ବିଭାଗରେ ସମ୍ମାନିତ କରାଯଇଥିଲା l ବ୍ୟାୟାମ (ଯୋଗ ପ୍ରାଣାୟାମ ଧ୍ୟାନ) ଭଳି ଭିନ୍ନ ଭିନ୍ନ ଶାରୀରିକ ପ୍ରଶିକ୍ଷଣର ଅଭ୍ୟାସ ଏବଂ ପ୍ରେଡିକଟିଭି ଏପିଡିମିଓଲୋଜି ମାଧ୍ୟମରେ ଜନସ୍ବାସ୍ଥ୍ୟ ଓ ଆରୋଗ୍ୟ କିପରି ସମ୍ଭବ ହୋଇପାରିବ ଏଥିନିମନ୍ତେ ନିଜର ନିରନ୍ତର ପ୍ରୟାସ ଓ ଅନୁସନ୍ଧାନ ଜାରିରଖିଥିବା "ସମରକଳା ଓ ବ୍ୟାୟାମ ଗୁରୁ ଜ୍ଞାନ ରଞ୍ଜନ ମହାନ୍ତି" ଙ୍କ ନାମକୁ ବିଶ୍ଵ ପ୍ରାଣାୟାମ ପରିଷଦ, ବ୍ୟାୟାମ ଇଣ୍ଟରନ୍ୟାସନାଲ ଓ କାନସିନକାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ନାମାଙ୍କନ କରାଯାଇଥିଲା l ଏହି ନାମାଙ୍କନ କୁ ଆଧାରକରି ଗୁରଗାଁ ରେଡିଶୋନ୍ ହୋଟେଲ ଠାରେ କମନୱେଲ୍ଥ ଭୋକେସନାଲ ବିଶ୍ବବିଦ୍ୟାଳୟ କିଙ୍ଗଡମ୍ ଅଫ ଟୋଙ୍ଗା ଏବଂ ଏହାର ଏସୀୟଶାଖା ପକ୍ଷରୁ ଆୟୋଜିତ ଆୱାର୍ଡ଼ ସମାରୋହରେ ଜ୍ଞାନ ରଞ୍ଜନ ମହାନ୍ତି ଙ୍କୁ ଏସିଆ ଆଇକୋନିକ ଆୱାର୍ଡ଼ ସହିତ ଜନସ୍ୱାସ୍ଥ୍ୟ ଓ ଆରୋଗ୍ୟ ରେ ଅନରିସ କାଉସା (ସମ୍ମାନ ସୂଚକ ଡକ୍ଟରେଟ ଅଫ ଫିଲୋସୋଫି) ଦେଇ ସମ୍ମାନିତ କରାଯାଇଛି। ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଗାମୀ ଦିନରେ ସମାଜ ଏବଂ ଦେଶ ପାଇଁ ଏହି ପ୍ରୟାସ ଜାରିରଖିବାପାଇଁ ଅନୁରୋଧ କରାଯିବାସହ ତାଙ୍କୁ ଉତ୍ସାହିତ କରାଯାଇଛି ।
ଉକ୍ତ ସମ୍ମାନ ଲାଭ କରିବା ପରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓଡ଼ିଶା ଡ ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ (ଅନସଂକ୍ରମକ ରୋଗ), ଓଡ଼ିଶା ଡ ସୁଶାନ୍ତ ସ୍ୱାଇଁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ ପ୍ରମିଳା ବରାଳ, ସି.ଡ଼ିଏମ. ଏଣ୍ଡ ପି.ଏଚ.ଓ. ରାୟଗଡ଼ା ଡ. ଲାଲମୋହନ ରାଉତ୍ ରାଏ, ସି.ଡ଼ିଏମ. ଏଣ୍ଡ ପି.ଏଚ.ଓ. ଖୋର୍ଦ୍ଧା ଡ. ଏ ବି ନାୟକ, ସି.ଡ଼ିଏମ. ଏଣ୍ଡ ପି.ଏଚ.ଓ. ଅନୁଗୁଳ ଡ. ତ୍ରିଲୋଚନ ପ୍ରଧାନ, ଡ଼ି.ପି.ଏଚ.ଓ. ରାୟଗଡ଼ା ଡ ଭି ଏଲ୍ ଏନ୍ ରାଜୁ, ଡ ବି ଏଲ ଏନ୍ ପୃଷ୍ଟି, ଡ ଶ୍ରୀ ରାୟ, ଡ ମମତା ଚୌଧୁରୀ, ଡ ମମତା ସାହୁ, ଡ ସୂପକାର, ବୌଦ୍ଧ ରୁ ଡ. ବି.କେ.ଆର.ସି.ଦେଓ ହେମ୍ରମ, ଡ ଅମିତ୍ କୁମାର ମିଶ୍ର, ବରଗଡ଼ ରୁ ଅତିରିକ୍ତ ଜିଲ୍ଲା ମାଜି୍ଷ୍ଟେଟ ଶ୍ରୀ ମିର୍ଦ୍ଧା ଟପୋ, ବିଡ଼ିଓ ବୌଦ୍ଧ ଶ୍ରୀ ଅଭିନାଶ ପାଣ୍ଡିଆ, ପୂର୍ବତନ ଖାଦ୍ୟ ନିରାପତ୍ତା ନିର୍ଦେଶକ ଡ ବିଜେନ କିଶୋର ମହାନ୍ତି, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାୟଗଡ଼ ଶ୍ରୀ ରାଜେଶ୍ୱର୍ ରାଓ ପଟ୍ଟନାୟକ,ଶ୍ରୀ ଏନ୍.ସି. ଜ୍ୟୋତିରଂଜନ ନାୟକ (ଓ.ଏ.ଏସ), ଶ୍ରୀମତି ଦୀପ୍ତି ମହାପାତ୍ର (ଓ. ଏ.ଏସ.), ନର୍ସିଂ ନିର୍ଦ୍ଦେଶାଳୟ ରୁ ନିର୍ଦେଶକ ଡ ସଂଯୁକ୍ତା ସାହୁ, ଅତିରିକ୍ତ ନିର୍ଦ୍ଦଶକ (ଟି ବି) ଓଡିଶା ଡ ପ୍ରଶାନ୍ତ କୁମାର ହୋତା, ମେଡ଼ିସିନ୍ ସ୍ପେସାଲିଷ୍ଟ୍ ବ୍ରହ୍ମପୁର ଡ ଅମୂଲ୍ୟ କୁମାର ମିଶ୍ର, ଓଡ଼ିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିୟନ୍ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା ଙ୍କ ସମେତ ବିଭିନ୍ନ ମହଲରୁ ଫୋନ ମଧ୍ୟମରେ ଜ୍ଞାନ ରଞ୍ଜନ ମହାନ୍ତି ଙ୍କୁ ଅଭିନନ୍ଦନ ଜଣାଇଥିଲେ ।

0
0
0
s2sdefault