ହେଡଲାଇନସ୍:

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ସାର୍ ଦୋରାବଜୀ ଟାଟାଙ୍କ ୧୬୩ତମ ଜନ୍ମବାର୍ଷିକୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / କଳିଙ୍ଗନଗର,: ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପକ୍ଷରୁ ଏହାର କଳିଙ୍ଗନଗର କାରଖାନାରେ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାବଜୀ ଟାଟାଙ୍କ ୧୬୩ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚଳିତ ସପ୍ତାହର ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ କର୍ମଚାରୀଙ୍କ ନିମନ୍ତେ ଏକ ଆନ୍ତଃ-ବିଭାଗୀୟ ବ୍ୟାଡ଼ମିଂଟନ୍ ଚମ୍ପିୟନ୍‌ସିପ୍‌ର ଆୟୋଜନ କରାଯାଇଥିଲା ।

ସାର୍ ଦୋରାବଜୀ ଟାଟା ଏଭଳି ଏକ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ୱରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଂଟିଆ କାର୍ଯ୍ୟ ଦିବସ, ମାତୃତ୍ୱ ଅବକାଶ, ଭବିଷ୍ୟ ନିଧି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ ।

ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜୀ ଟାଟା ଭାରତୀୟ ଅଲମ୍ପିକ୍ ଆସୋସିଏସନ୍‌ର ପ୍ରଥମ ସଭାପତି ଥିଲେ ଓ ଭାରତକୁ ଅଲମ୍ପିକ୍ସରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଏବେ ମଧ୍ୟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ପିଢିକୁ ପ୍ରୋତ୍ସାହିତ କରିଚାଲିଛନ୍ତି । ଟାଟା ଷ୍ଟିଲ ଏହି ଅଗ୍ରଦୂତଙ୍କ ସାହସ ଓ ଦୃଢ ବିଶ୍ୱାସକୁ ସଲାମ କରିବା ସହିତ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବ ।

0
0
0
s2sdefault