ବଡ଼ବିଲ: ୱାକୋ ଇଣ୍ଡିଆ ନ୍ୟାଶନାଲ ସିନିୟର ଏବଂ ମାଷ୍ଟର୍ସ କିକ୍ବକ୍ସିଂ ଚାମ୍ପିୟନଶିପ୍ରେ କେନ୍ଦୁଝର ୪ଟି ପଦକ ହାସଲ କରିଛି ।ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଆଉ ୩ଟି ବ୍ରୋଞ୍ଜ ମେଡାଲ ରହିଛି । ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ତାମିଲନାଡ଼ୁର ଚେନ୍ନାଇରେଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜେଏସ୍ଡବ୍ଲୁୃ୍ୟ ଫାଉଣ୍ଡେଶନ କେନ୍ଦୁଝର କିକ୍ବକ୍ସରଙ୍କୁ ପ୍ରାୟୋଜିତ କରିଥିଲା ।
ପ୍ରତିଯୋଗିତାରେ ଭାଗ ନେଇଥିବା କେନ୍ଦୁଝରର ଖେଳାଳିମାନେ ହେଲେ ଆଶିଷ ରାଉତ, ଯଶପ୍ରୀତ ସିଂ, ବୁଧୁରାମ ମୁଣ୍ଡା, ପୱନଦୀପ ସିଂ ଏବଂ ହରିହର ବାରିକ । ଆଶିଷ ରାଉତ ସ୍ୱର୍ଣ୍ଣ ଜିତିଥିବା ବେଳେ ଯଶପ୍ରୀତ ସିଂଡ ବଲ୍ବ୍ରୋଞ୍ଜ ଏବଂ ବୁଧୁରାମ ମୁଣ୍ଡା ଗୋଟିଏ ବ୍ରୋଞ୍ଜ ପାଇଛନ୍ତି । ପୱନଦୀପ ଏବଂ ହରିହର କ୍ୱାର୍ଟର ଫାଇନାଲ ଖେଳିଛନ୍ତି ।
ମନ୍ଜିତ୍ ସିଂଙ୍କ ତ୍ୱାବଧାନରେ ଏହି କିକ୍ବକ୍ସରମାନେ ଅଧିକରୁ ଅଧିକ ମେଡାଲ ଜିତିବା ପାଇଁ ବିଭିନ୍ନ ବର୍ଗରେ ଦେଶର ଅନେକ ପ୍ରତିଭାବାନ୍ ଖେଳାଳିଙ୍କ ସହ ପ୍ରତିଯୋଗିତା କରିଥିଲେ । କଠିନ ପରିଶ୍ରମଏବଂ ପ୍ରତିଭାବଳରେ ସେମାନେ ଏଥିରେ ସଫଳତା ପାଇଛନ୍ତି ।
ସ୍ୱର୍ଣ୍ଣ ବିଜେତା ଆଶିଷ ତାଙ୍କ ସଫଳତା ଓ ବିପୁଳ ସମର୍ଥନ ପାଇଁ କୋଚ୍ ଏବଂ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନକୁ ଧନ୍ୟବାଦ ଦେଇଛନ୍ତି । ପ୍ରତିଯୋଗିତା ବେଶ୍ ଆହ୍ୱାନପୂର୍ଣ୍ଣ ଥିଲେ ବି ସେ ନିଜ ଢଙ୍ଗରେ ଲଢ଼ିଥିଲେ ବୋଲି ପ୍ରକାଶ କରିଛନ୍ତି ।
ୱାକୋ ଓଡ଼ିଶାର ମୁଖ୍ୟକୋଚ୍ ଏବଂ ସ୍ପୋର୍ଟ୍ସ କିକ୍ବକ୍ସିଂ ଆସୋସିଏଶନ ଅଫ୍ କେନ୍ଦୁଝରର ସାଧାରଣ ସମ୍ପାଦକ ମନ୍ଜିତ୍ ସିଂ ଖେଳାଳିଙ୍କ ପ୍ରଦର୍ଶନ ପାଇଁଖୁସି ଥିବା କହିଛନ୍ତି । କେନ୍ଦୁଝର ଜିଲାର ୫ ପ୍ରତିଭାବାନ୍ କିକ୍ବକ୍ସର ଙ୍କଜାତୀୟ ସ୍ତରରେଏଭଳି ପ୍ରଦର୍ଶନ ବାସ୍ତବରେ ମୋ ପାଇଁ ଏବଂ ସ୍ପୋର୍ଟ୍ସ କିକ୍ବକ୍ସିଂ ଆସୋସିଏଶନ ଅଫ୍ କେନ୍ଦୁଝର ପାଇଁ ଗର୍ବର ମୂହୁର୍ତ୍ତ ବୋଲ ସେ ପ୍ରକାଶ କରିଛନ୍ତି । ଏଥିସହ ସ୍ପୋନ୍ସରଶିପ୍ ପାଇଁ ସେ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନକୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟସରକାର ଅଧିକ ପ୍ରୋତ୍ସାହନ ଯୋଗାଇଦେଲେ ଏହି ଖେଳାଳିମାନେ ଆଗକୁ ଅଧିକ ସଫଳତା ଆଣିଦେବେ ବୋଲି କୋଚ ମନ୍ଜିତ୍ କହିଛନ୍ତି ।
ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ କର୍ତ୍ତୃପକ୍ଷ ଏହି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ ପ୍ରତିଭାର ସୀମାକୁ ବଢ଼ାଇ ସଫଳତାର ଶୀର୍ଷକ ୁଛୁଇଁବା ପାଇଁ ପରାମର୍ଶ ଦେଇଛନ୍ତି ।
୨୬ ରାଜ୍ୟରୁ ପ୍ରାୟ ୧,୧୫୦ କିକ୍ବକ୍ସର ଚାମ୍ପିୟନଶିପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣ ଓଡ଼ିଶାର ଥିବାବେଳେ କେନ୍ଦୁଝର ୫ କିକ୍ବକ୍ସର ଭାଗ ନେଇଥିଲେ ।ଏହି ଚାମ୍ପିୟନଶିପ୍ରେ ଓଡ଼ିଶା ୩୧ଟି ପଦକ ଜିତିଛି ।
ରାଜ୍ୟ
ଜାତୀୟ ଚାମ୍ପିୟନଶିପ୍ରେ ଚମକିଲେ କେନ୍ଦୁଝର କିକ୍ ବକ୍ସର
- Hits: 397