ହେଡଲାଇନସ୍:

ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିଖୋଜ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ବ୍ଲକ ଅନ୍ତର୍ଗତ ଡାଙ୍ଗୋଲୋଡ଼ି ଗ୍ରାମ ପଞ୍ଚାୟତର ପେନିକଣା ଗ୍ରାମର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଲିଙ୍ଗରାଜ ନାଏକ ଗତ ଦଶ ଦିନ ହେଲା ନିଖୋଜ ଅଛନ୍ତି । ସୂଚନା ମୁତାବକ କାଶୀପୁର ବ୍ଲକ ଅନ୍ତର୍ଗତ ବେନ୍ଦଲପାସ ଗ୍ରାମର ଚିତ୍ର ନାଏକଙ୍କ ପୁଅ ଲିଙ୍ଗରାଜ ନାଏକ ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଛି । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବା କଥା ହେଲା ସେ ଅଗଷ୍ଟ ମାସ ୧୭ ତାରିଖ ଦିନରୁ ପେନିକଣା ବିଦ୍ୟାଳୟରୁ ନିଖୋଜ ହେଇଯାଇଛନ୍ତି । କିନ୍ତୁ ଏହି ନିଖୋଜ ବିଷୟ ନେଇ ବିଦ୍ୟାଳୟ କତ୍ତୃପକ୍ଷ ଲିଙ୍ଗରାଜ ଙ୍କ ପରିବାରକୁ ନିଖୋଜ ବିଷୟରେ ଖବର ଦେଇନାହାଁନ୍ତି କି ଥାନାରେ ଏତଲା ଦେଇନାହାଁନ୍ତି ଯାହା ଏକ ଆଶ୍ଚର୍ଯ୍ୟର ବିଷୟ । ଲିଙ୍ଗରାଜ ନାଏକଙ୍କ ଭଉଣୀ ଧର୍ମେନ୍ଦ୍ରି ନାଏକ ମଧ୍ଯ ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ । ଲିଙ୍ଗରାଜଙ୍କ ନିଖୋଜ ବିଷୟ ଧର୍ମେନ୍ଦ୍ରିଙ୍କ ଠାରୁ ଖବର ପାଇ ବାପା ଚିତ୍ର ନାଏକ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକଟରେ ପହଞ୍ଚି ପୁଅର ନିଖୋଜ ବିଷୟରେ ପଚରାଉଚରା କରିଥିଲେ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡମ୍ବୁରୁଧର କନ୍ଧପାଣି ଓ ଲିଙ୍ଗରାଜଙ୍କ ଅବିଭାକ ମିଶି ଶେଷଖାଲ ପୋଲିସ ଥାନାରେ ଚଳିତ ଅଗଷ୍ଟ ମାସ ୨୬ ତାରିଖରେ ପୁଅର ନିଖୋଜ ହେବା ନେଇ ଏତାଲା ଦେଇ ଥିଲେ । ଚିତ୍ର ନାଏକ ପାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ଦାୟୀ ବୋଲି କହିବା ସହ ପ୍ରଧାନ ଶିକ୍ଷକ ଶ୍ରୀ କନ୍ଧପାଣି ପୁଅର ନିଖୋଜ ବିଷୟରେ ସଠିକ ଭାବେ କହୁନଥିବା ଓ ପୁଅର ନିଖୋଜ ହେବାର ଏତେ ଦିନ ପର୍ଯ୍ୟନ୍ତ ଖବର ନଦେବା କିମ୍ବା ଥାନାରେ ଅଭିଯୋଗ ନକରିବା ନେଇ ଅଭିଯୋଗ କରିଥିଲେ । ଶେଷଖାଲ ଥାନା ପୋଲିସ ଅଶୋକ କୁମାର ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault