ଭଦ୍ରକ : (ସତ୍ୟବ୍ରତ ନାୟକ) ଗ୍ୟାସ୍ କଟରରେ ଏଟିଏମ କାଟି ଚୋରି ଉଦ୍ୟମ ବେଳେ ପହଞ୍ଚିଗଲା ପୋଲିସ ପାଟ୍ରୋଲିଂ ଗାଡି । ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା । ଏଟିଏମ ଲୁଟ୍ ଉଦ୍ୟମ ହେଲା ପଣ୍ଡ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ କିଛି ଦୁର୍ବୃତ୍ତ ଗ୍ୟାସ୍ କଟରରେ କାଟି ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପାଟ୍ରୋଲିଂରୁ ଫେରୁଥିବା ଥାନା ଅଧିକାରୀଙ୍କ ଦୃଷ୍ଟିରେ ପଡ଼ିଥିଲା ଏହି ଏଟିଏମ୍ ଉପରେ । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ସେଠାରୁ କୌଣସି ଉପାୟରେ ଫେରାର ହୋଇଯାଇଥିଲେ । ଦୀର୍ଘ ବାଟ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ପିଛା କରିଥିଲେ ହେଁ ସେମାନେ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଧାମନଗର ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ବିଭିନ୍ନ ଥାନାକୁ ଖବର ଦେଇ ଲୁଟେରାଙ୍କୁ ଠାବ କରିବା ପାଇଁ ସିସିଟିଭି ଫୁଟେଜ୍ ଆଦାରରେ ଯାଞ୍ଚ କରୁଛି ।
ରାଜ୍ୟ
ATM ଲୁଟ୍ ଉଦ୍ୟମ ପଣ୍ଡ : ଗ୍ୟାସ୍ କଟରରେ କାଟୁଥିଲେ ମେସିନ୍, ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା
- Hits: 331