ହେଡଲାଇନସ୍:

ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ; ଆତଙ୍କିତ ଗ୍ରାମବାସୀ : କ୍ଷୟକ୍ଷତି ବୁଲି ଦେଖିଲେ ବିଜେପି ନେତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର, : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଲେମ୍ଭେଇ,ତାରସିଙ୍ଗି ଓ କୋକଳବା ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଆଜକୁ ପାଞ୍ଚଦିନ ହେଲାଣି ହାତୀ ଉପଦ୍ରବ ଲାଗି ରହିଛି। ଯାହା ଫଳରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ହାତୀ ପଲ ଉକ୍ତ ଅଞ୍ଚଳରେ ଲାଗିଥିବା ବ୍ୟାପକ ଧାନ ଫସଲ ଓ ପନିପରିବା ଦଳି ଚକଟି ନଷ୍ଟ କରୁଥିବାରୁ ବର୍ଷକର ପରିଶ୍ରମକୁ ନେଇ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ଏଥି ସହିତ ହାତୀପଲ ବଂଜର ସାହିର କାଜୁ ତୋଟାରେ ଥିବା ଗୋପୀନାଥ ନାୟକ ଙ୍କ ଘର୍ ଭାଙ୍ଗି ଦେଇଥିବା ଜଣାପଡିଛି। ନିଜ ଫସଲର ସୁରକ୍ଷା ସକାଶେ ଅଞ୍ଚଳର ଲୋକମାନେ ରାତି ସାରା ଉଜାଗର ରହି ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।ହେଲେ କୌଣସି ଅଘଟଣ ଘଟିବା ଏବଂ ହାତୀ ଗ୍ରାମ ଭିତରକୁ କାଳେ ପଶି ଆସିବ ସେଥିପାଇଁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଏହି ବନଖଣ୍ଡରେ ଗତ କିଛି ଦିନ ମଧ୍ୟରେ ଦୁଇଟି ଦନ୍ତାହାତୀ ଶିକାରୀ ହାତରେ ମୃତ୍ୟୁବରଣ କରିଥିବା ବେଳେ ଏବେ ପୁଣି ଆଉ ଏକ ଦନ୍ତା ହାତୀ ଦଳରୁ ଅଲଗା ହୋଇ ଏକୁଟିଆ ବୁଲିବା ବନ ବିଭାଗ ପାଇଁ ଚିନ୍ତା ବଢାଇଦେଇଛି।ହାତୀ ଟିର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।ହେଲେ କ୍ଷତି ପୂରଣ ବାବଦରେ ଚାଷୀକୁ ଯାହା ସହାୟତା ଯୋଗାଇ ଦିଆଯାଉଛି ସେଥିରେ ଭାଗଚାଷୀ ମାନେ ବେଶି ପ୍ରଭାବିତ ହେଉଛନ୍ତି।ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପିର ଏକ ପ୍ରତିନିଧି ଦଳ କ୍ଷୟକ୍ଷତି ହୋଇଥିବା ଚାଷ ଜମି ଗୁଡିକ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି। ହାତୀ ଘଉଡାଇବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉଥିବା ରୁ ଏ ନେଇ ଦଳ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ତୁରନ୍ତ ଚାଷୀ ମାନଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି। ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, ନୀଳମାଧବ ପାତ୍ର,ରବୀନ୍ଦ୍ର କୁମାର ଗୌଡ଼, ସନ୍ତୋଷ ତିଆଡି,ବଦ୍ରୀ ମହାପାତ୍ର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ

0
0
0
s2sdefault