ପାରାଦ୍ୱୀପ: ଆର୍ସଲର୍ମିତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏବଂ ହେଲ୍ପେଜ୍ ଇଣ୍ଡିଆର ମିଳିତ ଉଦ୍ୟମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସହାୟତା ଉଦ୍ଦ୍ୟେଶରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ମୋବାଇଲ୍ ମେଡିକାଲ୍ ୟୁନିଟ୍(ଏମ୍ଏମ୍ୟୁ)ର ଆରମ୍ଭ କରାଯାଇଛି ।
ସ୍ପାଗ୍ମୋମାନୋମିଟର୍ ବିପି ମେସିନ୍୍, ଓଜନ ମେସିନ୍ ଓ ଔଷଧ ସହ ଅନ୍ୟାନ୍ୟ ସୁବିଧା ଏମ୍ଏମ୍ୟୁ ଦ୍ୱାରା ଯୋଗାଇ ଦିଆଯିବ । ଏଥିରେ ଜଣେ ଅଭିଜ୍ଞ ଡ଼ାକ୍ତରଙ୍କ ସହ ଫାର୍ମାସିଷ୍ଟ ଏବଂ ଆଟେଣ୍ଡାନ୍ଟ ରହିବେ । ମୋବାଇଲ୍ ମେଡିକାଲ୍ ୟୁନିଟ୍ ସପ୍ତାହରେ ପାଚଂ ଦିନ ଚାଲିବା ସହ ସବୁ ବୟସ ବର୍ଗର ଲୋକଙ୍କୁ ମାଗଣା ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଔଷଧ ଯୋଗାଇ ଦିଆଯିବ । ଏହି ପଦକ୍ଷେପ ମାଧ୍ୟମରେ ନୂଆଗଡ, ବଳଡିଆ, ସିଙ୍ଗିତଲା, ପାରାଦୀପଗଡ଼, ମୂଷାଡିଆ, ଚକ୍ରଧରପୁର, ହାଣ୍ଡିଆ, ଭୁତମୁଣ୍ଡେଇ, ପିପଳ, ବରେଇ ଏବଂ ବିମନାସି ଆଦି ଗ୍ରାମବାସୀମାନେ ଉପକୃତ ହେବେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି. ଏମ୍ଏମ୍ୟୁ ସେବାର ଶୁଭାରମ୍ଭ କରିଥିଲେ । ମୁଖ୍ୟ, ସିଏସ୍ଆର୍ ଡ଼ ବିକାଶ ୟାଦଭେନ୍ଦୁ, ଲିଡ୍, ସିଏସ୍ଆର୍ ଦେବାଶିଷ ସ୍ୱାଇଁଙ୍କ ସହ କମ୍ପାନୀର ଅନ୍ୟ ଅଧୀକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ସୁରେଶା ଜି. କହିଛନ୍ତି, ସ୍ୱାସ୍ଥ୍ୟସେବା ଆମ ସିଏସ୍ଆର୍ କାର୍ଯ୍ୟକଳାପର ଅନ୍ୟତମ ମୁଖ୍ୟ କ୍ଷେତ୍ର, ଯାହା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପ୍ରୋତ୍ସାହିତ କରିଥାଏ । ତେଣୁ ସହାୟତା ଲୋଡୁଥିବା ଗ୍ରାମବାସୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ସମସ୍ତ ପ୍ରୟାସ କରୁଛୁ ଏବଂ ଏହି ଏମ୍ଏମ୍ୟୁର ଶୁଭାରମ୍ଭ ଏହି ଦିଗରେ ଅନ୍ୟ ଏକ ପଦକ୍ଷେପ ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓ ହେଲ୍ପେଜ୍ ଇଣ୍ଡିଆର ମିଳିତ ସହଯୋଗରେ ପାରାଦ୍ୱୀପଠାରେ ମୋବାଇଲ୍ ମେଡିକାଲ୍ ୟୁନିଟ୍ର ଆରମ୍ଭ
- Hits: 279