ହେଡଲାଇନସ୍:

କୋରାପୁଟର ଦୁର୍ଗମ ଅଞ୍ଚଳକୁ ଟିପିଏସ୍ଓଡିଏଲର ଗୁଣାତ୍ମକ ବିଜୁଳି ସେବା; ଉପକୃତ ହେବେ ୨ ହଜାର ଉପଭୋକ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁଟଠାରେ ୪.୭୩ ସର୍କିଟ୍ କିଲୋମିଟର ଲମ୍ୱ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣ ଓଡ଼ିଶା ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ନୂତନ ଭିତ୍ତିଭୂମି କାରଣରୁ ପାଖାପାଖି ୨ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଅଧିକ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରିଛି ।
 

ଆନ୍ଧ୍ରପ୍ରଦେଶ ସୀମାନ୍ତ ତଥା ପୂର୍ବଘାଟ ପର୍ବତମାଳାର ବଳୟ ଭିତରେ ରହିଥିବା କାରଣକୁ କୋରାପୁଟ ଜିଲ୍ଲାରେ ବିଜୁଳି ଯୋଗାଣ ଅପେକ୍ଷାକୃତ ଭାବେ ଅନ୍ୟ ସ୍ଥାନ ତୁଳନାରେ କଷ୍ଟସାଧ୍ୟ । ଏହି କ୍ରମରେ ଲମତାପୁଟ ବ୍ଲକରେ ବିଜୁଳି ଯୋଗାଣକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ନୂଆ ଲାଇନ ପ୍ରତିଷ୍ଠା କରି କମ୍ପାନୀ ଗୁଣାତ୍ମକ ସେବା ସୁନିଶ୍ଚିତ କରୁଛି।
 


ପ୍ରତିଷ୍ଠା ହୋଇଥିବା ନୂତନ ୩୩ କେଭି ଫିଡର ଲମତାପୁଟ ବ୍ଲକ ଅନ୍ତର୍ଗତ ଗଣେଇପଦା, ଜଳହଞ୍ଜର, ଚିକେନପୁଟ୍, ଗୋଦିହଞ୍ଜର, ଅନକାଡେଲି ଓ ବଡ଼ିଗଡ଼ା ଅଞ୍ଚଳର ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବ । ପୂର୍ବରୁ ମାର୍ଥାପୁଟ ପ୍ରାଥମିକ ସବଷ୍ଟେସନକୁ ସୁନାବେଡ଼ା ଗ୍ରୀଡ୍ ସବଷ୍ଟେସନରୁ ପ୍ରାୟ ୭୦ କିଲୋମିଟର ଲମ୍ୱା ୩୩ କେଭି ଲାଇନ ମାଧ୍ୟମ ବିଦ୍ୟୁତ ଯୋଗାଣ ହେଉଥିଲା । ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ, ବିଶେଷ କରି ବର୍ଷା ସମୟରେ ବିଦ୍ୟୁତଜନିତ ତ୍ରୁଟି ଚିହ୍ନଟରେ ବିଳମ୍ୱ ହେଉଥିଲା ଓ ବିଦ୍ୟୁତ ସେବା ପ୍ରଭାବିତ ହେଉଥିଲା ।
 


ସଂପ୍ରତି ଏହି ସମସ୍ୟା ଦୂର ହୋଇଛି । ଲମତାପୁଟ ଗ୍ରୀଡ୍ ସବଷ୍ଟେସନରୁ ସ୍ୱତନ୍ତ୍ର ଫିଡର କାର୍ଯ୍ୟକ୍ଷମ ହେବା ପରେ ବିଜୁଳି ଯୋଗାଣ ନିମନ୍ତେ ବିକଳ୍ପ ଉତ୍ସ ମିଳିପାରିଛି । ଯାହା ମୂଳ ତଥା ଲମ୍ୱା ଲାଇନ ଉପରେ ନିର୍ଭରତାକୁ ହ୍ରାସ କରିଛି । ସେହିପରି ନନ୍ଦପୁର ଫିଡର ମାଧ୍ୟମରେ ବିକଳ୍ପ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।
 


ଏହି ପଦକ୍ଷେପ ସମଗ୍ର ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର କରିବା ସହ ବିଜୁଳି ଯୋଗାଣରେ ସ୍ଥିରତା ଆଣିବ ଓ ତ୍ରୁଟି ଚିହ୍ନଟ ପ୍ରକ୍ରିୟା ତ୍ୱରିତ ବେଗରେ କରାଯାଇପାରିବ । ଘରୋଇ ଉପଭୋକ୍ତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟୋଗ ତଥା କୃଷି ଓ ଜୀବନଜୀବିକା କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ସେବା ମିଳିବ । 
 


ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ – ମାର୍ଥାପୁଟରେ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା ହେବା ଦ୍ୱାରା ଭୌଗଳିକ ଦୃଷ୍ଟିକୋଣରୁ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଗୁଣାତ୍ମକ ବିଜୁଳି ଯୋଗାଣ ପୂର୍ବାପେକ୍ଷା ସହଜ ହୋଇପାରିଛି । ସେହି ଅଞ୍ଚଳଗୁଡ଼ିକରେ ବିଜୁଳି ଯୋଗାଣରେ ସ୍ଥିରତା ଆସିବା ସହ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଶୀଘ୍ର କରାଯାଇପାରୁଛି । ଆମେ ନୂତନ ଭିତ୍ତିଭୂମିମାନ ପ୍ରତିଷ୍ଠା କରି ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ପ୍ରତିବଦ୍ଧ ଅଟୁ ।

0
0
0
s2sdefault