ହେଡଲାଇନସ୍:

ବନ୍ୟାକୁ ନଜରରେ ରଖି ଟିପିଏନ୍‌ଓଡିଏଲ୍ ତରଫରୁ ଜନସଚେତନତା ବାର୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର: ଗତ କିଛିଦିନ ଧରି ଲଗାଣ ବର୍ଷା ହେବା କାରଣରୁ ଉତର ଓଡିଶାର ବିଭିନ୍ନ ଅଂଚଳରେ ବନ୍ୟା ଦେଖାଯାଇଛି । ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରସି୍ଥତି ଉପୁଜିଛି । ଏଥିପାଇଁ ଏହି ଅଂଚଳର କିଛି ସ୍ଥାନରେ ବିଦ୍ୟୁତ୍‌୍ ବିଭ୍ରାଟ ହେଉଛି । ଯଥା ସମ୍ଭବ କମ୍ ସମୟ ଭିତରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଟିପିଏନ୍‌ଓଡିଏଲ୍ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବନ୍ୟା ଏବଂ ବନ୍ୟା ପରବର୍ତୀ ସମୟରେ ତୁରନ୍ତ ନିମ୍ନଲିଖିତ ପରାମର୍ଶଗୁଡ଼ିକୁ ପାଳନ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

 କୌଣସି ବିଦ୍ୟୁତ୍ ତାର ନେଟ୍‌୍‌ୱର୍କ/ ଖୁଂଟ/ ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ସ୍ପର୍ଶ କରନ୍ତୁ ନାହିଁ ।
 ମୁଖ୍ୟ ସପ୍ଲାଏକୁ ଅଫ୍ ନକରି ଜେନେରେଟର୍ ଷ୍ଟାର୍ଟ କରନ୍ତୁ ନାହିଁ ।
 ବିଦ୍ୟୁତ୍ ନେଟ୍‌୍‌ୱର୍କ ତଳେ କିମ୍ବା ଖୁଂଟ ନିକଟରେ ରୁହନ୍ତୁ ନାହିଁ/ ଠିଆ ହୁଅନ୍ତୁ ନାହିଁ ।
 ବିଦ୍ୟୁତ୍ ଆଘାତ ଲାଗିବା, ସରୀସୃପ କାମୁଡ଼ିବା ଆଦିର ଆଶଙ୍କା ରହିଥିବାରୁ ଜଳାର୍ଣ୍ଣବ ଅଂଚଳରେ ପ୍ରବେଶ କରନ୍ତୁ ନାହିଁ ।
 ବିଦ୍ୟୁତ୍ ଆଉଟଲେଟ୍‌, ଆପ୍ଲାଏନ୍‌ସେସ୍ କିମ୍ବା କର୍ଡ ସଂସ୍ପର୍ଶରେ ଯଦି ଜଳ ଆସିବା ଆଶଙ୍କା ରହିଛି ତେବେ ସେଭଳି ପାଣିଭର୍ତି ବେସ୍‌ମେଂଟ୍ କିମ୍ବା କୋଠରି ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ।
 ଯଦି ଆପଣ ପାଣି ଉପରେ ଠିଆ ହୋଇ ବ୍ରେକର୍ ବକ୍ସର ବିଦ୍ୟୁତ୍ ସଂଯୋଗ ବନ୍ଦ କରିବାକୁ ଚାହୁଁଛନ୍ତିି ତେବେ ସେଭଳି ଉଦ୍ୟମ ଆଦୌଁ କରନ୍ତୁ ନାହିଁ, ମିଟର୍‌ରୁ ବିଦ୍ୟୁତ୍‌୍ କାଟିବା ଲାଗି ନିଜ ବିଦ୍ୟୁତ୍ ୟୁଟିଲିଟି ସହ ଯୋଗାଯୋଗ କରନ୍ତୁ ।
 ଯେତେବେଳେ ଆପଣ ପାଣିରେ ଠିଆ ହୋଇଛନ୍ତି କିମ୍ବା ଓଦା ଅଛନ୍ତି ସେତବେେଳେ ଇଲେକ୍ଟ୍ରିକ୍ ଆପ୍ଲାଏନ୍‌ସେସ୍ ବ୍ୟବହାର କରନ୍ତୁ ନାହିଁ କିମ୍ବା ବିଦ୍ୟୁତ୍ ତାର, ସ୍ୱିଚ୍ କିମ୍ବା ଫ୍ୟୁଜ୍‌କୁ ସ୍ପର୍ଶ କରନ୍ତୁ ନାହିଁ ।
 ଓଦା ସ୍ଥାନରୁ ଅତି କମ୍‌ରେ ୧୦ ଫୁଟ୍ ଦୂରତାରେ ବିଦ୍ୟୁତ୍ ଟୁଲ୍‌ସ ଓ ଉପକରଣଗୁଡ଼ିକୁ ରଖନ୍ତୁ । ଯଦି ଭୂମି ଓଦା ରହିଛି କିମ୍ବା ବର୍ଷା ହେଉଛି ତେବେ ଇଲେକ୍ଟ୍ରିକ୍ ୟାର୍ଡ ଟୁଲ୍‌ସ ବ୍ୟବହାର କରନ୍ତୁ ନାହିଁ ।
 ଯଦି ଏକ ବିଦ୍ୟୁତ୍ ଆପ୍ଲାଏନ୍‌ସେସ୍ ପାଣି ସଂସ୍ପର୍ଶରେ ଆସିଛି ତେବେ ତାହାକୁ ବ୍ୟବହାର କରିବା ପୂର୍ବରୁ ଜଣେ ପେସାଦାରଙ୍କ ଜରିଆରେ ତାହାର ଯାଂଚ କରାନ୍ତୁ । ତାହାକୁ ମରାମତି କିମ୍ବା ବଦଳାଇବା ଦରକାର ପଡ଼ିପାରେ ।
 ଯେକୌଣସି ବିଦ୍ୟୁତ୍ ସମ୍ପର୍କିତ ସମସ୍ୟା ପାଇଁ ଆମର କଲ୍ ସେଂଟର୍ ୧୮୦୦୩୪୫୬୭୧୮ କିମ୍ବା ୧୯୧୨ କିମ୍ବା ନିକଟତମ ବିଦ୍ୟୁତ୍ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ ।
ସତର୍କ ରୁହନ୍ତୁ-ସୁରକ୍ଷିତ ରୁହନ୍ତ । ଟିପିଏନ୍‌ଓଡିଏଲ୍‌ର ଟିମ୍ ଆପଣମାନଙ୍କୁ ସେବା ଯୋଗାଇବାକୁ ପ୍ରତିବଦ୍ଧ ରହିଛି ।

0
0
0
s2sdefault