ହେଡଲାଇନସ୍:

ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ : ମାଁ ତୁଝେ ସଲାମ୍ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila deep  : ସ୍ଥାନୀୟ ରକ୍ରେସନ ସେଂଟର ଠାରେ ସଂଗୀତ ସମିତୀ ତରଫରୁ ଦେଶାତ୍ମକ ବୋଧକ ସଂଗୀତ କାର୍ଯ୍ୟକ୍ରମ ମାଁ ତୁଝେ ସଲାମ୍ ଆୟୋଜିତ ହୋଇଯାଇଛି ।ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା  । ବରିଷ୍ଠ ବର୍ଗରେ ପ୍ରୀତିପଦ୍ମା ପାଣୀଗ୍ରାହୀ -ପ୍ରଥମ, ପ୍ରୀତିମୟୀ ମେହେର-ଦି୍ୱତୀୟ, ସ୍ମୃତି ସ୍ୱାଗତ ପଣ୍ଡା-ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗରେ କ୍ରିଷ୍ଣା ଦାଶ-ପ୍ରଥମ, ଶକ୍ତି ସ୍ୱରୂପା ପଣ୍ଡା- ଦ୍ୱିତୀୟ, ଶ୍ରୀୟା ମେହେର ଓ ଜ୍ୟୋସ୍ନାମୟୀ ମହାନନ୍ଦ-ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ ପ୍ରତିଯୋଗୀତାରେ ବିଚାରକ ଭାବେ ଶ୍ରୀ ରାଜେଶ କୁମାର ଗୁର୍ଲା, ଶ୍ରୀ ମନୋରଂଜନ ପୁରୋହିତ ଏବଂ ଆଶିଷ କୁମ୍ଭାର ଦାୟୀତ୍ୱ ତୁଳାଇଥିବା ବେଳେ ଅଂଜନ ପ୍ରଧାନ ପ୍ରତୀଯୋଗୀତା ପରିଚାଳନା କରିଥିଲେ । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଡା. ଶଙ୍କର ରାମଚନ୍ଦନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅଶୋକ କୁମାର ବହିଦାର ଉପସ୍ଥିତ ଥିଲେ । ମା ସମଲେଇ ଏବଂ ଭାରତ ମାତାଙ୍କ ପ୍ରତିଛବୀରେ ଅତିଥିମାନେ  ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ସ୍ୱଧିନତାର ମୁଲ୍ୟବୋଧ ନ ବୁଝିବା ଯାଏ ଗଣତଂତ୍ର ସୁରକ୍ଷିତ ହୋଇ ରହିପାରିବ ନାହିଁ ବୋଲି ଅତିଥି ମାନେ ମନ୍ତବ୍ୟ ପ୍ରଦାନ କରିଥିଲେ । ସଂଗୀତ ସମିତିର ସଭାପତି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂପାଦକ ରମେଶ ଗୁର୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ସଂଗୀତ ପ୍ରତଦେଯାଗୀତାର କୃତୀ ପ୍ରତୀଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରଷ୍କାର ପ୍ରଦାନ କରିଥିଲେ । ପରିଶେଷରେ ଅଂଜଳି ପରୀଡାଙ୍କ ନିର୍ଦ୍ଦେଶନାରେ ଶିଶୁ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପରୀବେଶଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଗୋପବନ୍ଧୁ ଶିକା, ଅନିଲ ଗୁର୍ଲା, ପିଂଟୁ ଗୁର୍ଲା, ଡୁଳାମଣୀ ସାହୁ, ମନୀଷ ରଥ ପମୁଖ ପରିଚାଳନା କରିଥିଲେ । 

0
0
0
s2sdefault