ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀର କିଶୋର ପରିଡ଼ା ଏ.ଡି.ଭି.ଓ. ଡାକ୍ତର ବିଭୂରଞ୍ଜନ ଦାସଙ୍କ ସହିତ ଆଜି ତିର୍ତ୍ତୋଲ ବ୍ଲକର ତିର୍ତ୍ତୋଲ, ଜଳବନ୍ଦୀରେ ଥିବା ବିଲ କୋଲ୍ଲର ଓ ନାଗପୁର । ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀ ଡାକ୍ତର ଯଦୁନାଥ ପରିଡ଼ା, ଡାକ୍ତର ଶଶାଙ୍କ ଶେଖର ନାୟକ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ଗୋଖାଦ୍ୟ ବଣ୍ଟନ, ଚିକିତ୍ସା, ଟିକାକରଣ ସଠିକ୍ ରୂପେ ପରିଚାଳନା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଗ୍ରସ୍ତ ସମୟରେ ବନ୍ୟା ଘେରରେ ଥିବା ବିଲ କୋଲ୍ଲର ଗ୍ରାମକୁ ପରିଦର୍ଶନ ରେ ଆସିଥିବା ମାନନୀୟ ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ସୁଜାତା ମହାନ୍ତି , ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ସ୍ଥାନୀୟ ସରପଞ୍ଚ ଉମେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହିତ ବନ୍ୟାଅଞ୍ଚଳରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଅଦ୍ୟାବଧି ଜିଲ୍ଲାରେ ୭ ଗୋଟି ବ୍ଲକ୍ ରେ ୩୨ ଟି ଗ୍ରାମପଞ୍ଚାୟତ ର ୮୨ ଟି ଗ୍ରାମରେ ୧୭,୯୦୦ ଟି ଗୋ, ମଇଁଷି ଓ ୯,୩୬୧ ଟି ଛେଳି ମେଣ୍ଢା ଏହିପରି ସର୍ବମୋଟ ୨୭,୨୬୧ ଟି ପ୍ରାଣୀ ବନ୍ୟା ପ୍ରପୀଡ଼ିତ ହୋଇଛନ୍ତି। ସେଥିପାଇଁ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୧୯ ଗୋଟି ତ୍ୱରିତ କାର୍ଯ୍ୟ।ନୁଷ୍ଠାନ ଦଳ ଗଠନ କରାଯାଇ ୫୬ ଟି ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରାଯାଇ ୨,୪୪୭ ଟି ପ୍ରାଣୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଅଛି। ବର୍ତ୍ତମାନ ସୁଦ୍ଧା ୧୦ ଦିନ ପାଇଁ ୧୫୭ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଓ ୧୪ କ୍ଵିଣ୍ଟାଲ ସବୁଜ ଘାସ ଯୋଗାଇ ଦିଆଯାଇଛି । ଏତଦବ୍ୟତୀତ, ପ୍ରାଣୀମାନଙ୍କୁ ୧୩,୨୦୦ ମାତ୍ରାର ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। ବନ୍ୟା ଅଞ୍ଚଳରେ ଗୋଖାଦ୍ୟର ସଠିକ୍ ବଣ୍ଟନ ଓ ପ୍ରାଣୀ ଚିକିତ୍ସା, ପ୍ରତିଷେଧକ ଟିକା , ପ୍ରାଣୀ ଚିକିତ୍ସା ଶିବିର ସୁପରିଚାଳନା ର ତଦାରଖ ନିମନ୍ତେ ୪ ଜଣ ଜିଲ୍ଲା ସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ବିରିଡ଼ି, ଜଗତସିଂହପୁର , ରଘୁନାଥପୁର ଓ ଏରସମା ବ୍ଲକରୁ ପ୍ରାଣିଧନ ନିରୀକ୍ଷକମାନଙ୍କୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକରେ ନିୟୋଜିତ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ବୀର କିଶୋର ପରିଡ଼ା ପ୍ରକାଶ କରିଥିଲେ। ଜିଲ୍ଲାର ବନ୍ୟା ସମ୍ପକିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ଏ. ଡି.ଭି. ଭି.ଓ ଡାକ୍ତର ବିଶ୍ୱଜିତ୍ ପଣ୍ଡାଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଅଛି।
ରାଜ୍ୟ
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିଭିନ୍ନ ବନ୍ୟାଅଞ୍ଚଳ ପରିଦର୍ଶନ ସହ ଗୋଖାଦ୍ୟ ବଣ୍ଟନ, ପ୍ରାଣୀ ଚିକିତ୍ସା , ଟିକାକରଣ ଆଦି କାର୍ଯ୍ୟକ୍ରମ ତଦାରଖ
- Hits: 545