ପଦ୍ମପୁର(ଶାସକପ୍ରଶାସକ)-ସମାଜ ସେବା ତଥା ଅସହାୟଙ୍କୁ ସହଯୋଗ କରିବା କ୍ଷେତ୍ରରେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛି । କେବଳ ଭୁବନେଶ୍ବରରେ ନୁହେଁ ରାଜ୍ୟର ଯେକୌଣସି ଉପାନ୍ତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥାଏ ଏହି ସଂଗଠନ । ପଦ୍ମପୁର ଅଞ୍ଚଳରେ ତିନିଜଣ ବିଭିନ୍ନ କାରଣରୁ ଚଳାବୁଳା କରିପାରୁନଥିବି ଖବର ପାଇ ଏହି ସଂଗଠନ ସେମାନଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଇଛି । ପଦ୍ମପୁର ବ୍ଳକ ଟାଲ ଗ୍ରାମର ହିମାଂଶୁ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇ ଠିକ ଭାବେ ଚଳାବୁଳା କରି ପାରୁନାହାଁନ୍ତି ତାଙ୍କୁ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ପକ୍ଷରୁ ଏକ ହ୍ବିଳଚେୟାର ପ୍ରଦାନ କରାଯାଇଛି । ଏହି ହ୍ବିଳଚେୟାର ପ୍ରଦାନ ସମୟରେ ନିରଞ୍ଜନ ସେଠ,ଅନିଳ,ମୁକେଶ, ତରୁଷ ଓ ଡ଼ମ୍ବରୁ ଉପସ୍ଥିତ ଥିଲେ । ସେହିପରି ମେଲଛାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁର୍ଲୁବାହାଲ ଗାଁର ବିଭିଷଣ ବରିହା ଦୀର୍ଘଦିନ ହେବ ଚଳାବୁଲା କରି ପାରୁନାହାଁନ୍ତି ତେଣୁ ତାଙ୍କୁ ସଙ୍ଗଠନ ପକ୍ଷରୁ ଏକ ହ୍ବିଳଚେୟାର ପ୍ରଦାନ କରାଯାଇଛି, ଏହି ସମୟରେ ପ୍ରତ୍ୟୁଷ ଭୋଇ, ଶିବୁନ,ମୁକେଶ,ଧିରେନ,ରାଜୁ ଓ ଅନିଲ ଉପସ୍ଥିତ ଥିଲେ । ଏବଂ କୌଣସି କାରଣରୁ ଦୀର୍ଘଦିନ ହେବ ଅଣ୍ଟାରୁ ତଳକୁ କାମ କରୁନଥିବା କାରଣରୁ ଠିକ ଭାବେ ଚଳାବୁଲା କରିପାରୁନାହାନ୍ତି ବରିକେଲ ଗାଁର ବସୁଦେବ ଭୋଇ ତେଣୁ ତାଙ୍କ ଯିବା ଆସିବା ପାଇଁ ସଂଗଠନ ପକ୍ଷରୁ ଏକ ହ୍ବିଳଚେୟାର ପ୍ରଦାନ କରାଯାଇଛି । ଏହି ସମୟରେ ରମେଶ ମେହେର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନର ଏହି ସମାଜସେବା କାର୍ଯ୍ୟ ପାଇଁ ଲୋକମାନେ ସାଧୁବାଦ ଜଣାଇଥିଲେ ।
ରାଜ୍ୟ
ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ହ୍ବିଲଚେୟାର ପ୍ରଦାନ ।
- Hits: 736