ଜଗତସିଂହପୁର/ସୁମନ୍ତ କୁମାର ଦାସ: ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କାଦୁଅପଡା ପଞ୍ଚାୟତ ରାଇବରେଇ ଗ୍ରାମରେ l ଏହି ଗ୍ରାମର ଝିଲ୍ଲୀ ସେଠି ବାପା ଶଙ୍କର ସେଠି ଦୀର୍ଘ 20 ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଥିଲେ l ସେ ଜଣେ ଭିନ୍ନକ୍ଷ୍ୟମ ଓ ଅନ୍ଧ ବ୍ୟକ୍ତି ହୋଇଥିବାରୁ ସରକାର ଙ୍କ ପକ୍ଷରୁ ଇନ୍ଦିରା ଆବାସ ଯୋଜନା, ଭିନ୍ନକ୍ଷ୍ୟମ ଭତ୍ତା, ଖାଉଟି ସୁରକ୍ଷା ଯୋଜନା, ଓ ପାଇଖେନା ଆଦି ସମସ୍ତ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ୍ୟ ସେହି ଗୋଚର ଜମି ଟିକୁ ବସୁଧା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ଆବେଦନ କରିଥିଲେ କିନ୍ତୁ ସେହି ଗ୍ରାମର କିଛି କୁଜି ନେତା ଓ ସ୍ଥାନୀୟ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ପାଇଁ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଏବଂ ଲାଞ୍ଚ ଦେବା ପାଇଁ ବାଧ୍ୟ କରାଯାଇଥିଲା l ଯାହାକି ଝିଲ୍ଲୀ ସେଠି ବିଭିନ୍ନ ମନ୍ଦିର ବଜାର ରେ ବୁଲି ଭିକ୍ଷା ବୃତ୍ତି କରି ନିଜର ପରିବାର ପ୍ରତି ପୋଷଣ କରୁଥିବା ବେଳେ ତାଙ୍କ ପକ୍ଷରେ ସମ୍ଭବ ନଥିଲା କୌଣସି ଅର୍ଥ ରାଶି ଦେବା ପାଇଁ l ଯାହା ଫଳରେ ଜଗତସିଂହପୁର ତହସିଲଦାର ଙ୍କ ପକ୍ଷରୁ ଉକ୍ତ ବ୍ୟକ୍ତି ଙ୍କର ଘର କୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି କରାଯାଇଛି l ଝିଲ୍ଲୀ ସେଠି କହିଛନ୍ତି ଜେ ଯଦି ଏ ଉଚ୍ଛେଦ ନୋଟିସ କୁ ବାତିଲି ନକରାଯାଏ ସେ ତାଙ୍କ ର ପରିବାର ଙ୍କ ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ଆତ୍ମହୂତି ଦେବା ବୋଲି କହିଛନ୍ତି l
ରାଜ୍ୟ
ଦୃଷ୍ଟିହୀନ ବ୍ୟକ୍ତି ରହିବେ କେଉଁଠି
- Hits: 399