ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାସ୍ତରରେ ଆସି ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ l ବନ୍ୟା ବିପନ୍ନ ଲୋକମାନଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ପଚାରିବୁଝି ଥିଲେ l ବନ୍ୟା ବିପନ୍ନ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଉ l ସେମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ଗୁଡ଼ ଓ ରାନ୍ଧଖାଦ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l ଗାଈ, ଗୋରୁଙ୍କ ପାଇଁ ଗୋ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି l ନଦୀବନ୍ଧରେ ଅବସ୍ଥାନ କରୁଥିବା ପରିବାର ମାନଙ୍କୁଖାଦ୍ୟ, ପାନୀୟ ଜଳ ଓ ପଲିଥିନ ପ୍ରଦନ କରାଯାଇଛି l ତିର୍ତ୍ତୋଲ ବ୍ଲକର କୋଲର ପଂଚାୟତ ଗୋପିଅକୁଦ , ତିର୍ତ୍ତୋଲ ପଂଚାୟତ ଆଦିବାସୀ ପଡ଼ା ବୁଲି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ l ରାଜସ୍ବ ଆୟୁକ୍ତ ଡ଼ଙ୍ଗା ଯୋଗେ ଗୋପିଆକୁଦ ଅଞ୍ଚଳରେ ପହଞ୍ଚିଥିଲେ l ପରେ ଶ୍ରୀ ଦଳାଇ କାଠକୋଟ ଘାଇ ଅଂଚଳ ପରି ଦର୍ଶନ କରିଥିଲେ l ସମନ୍ତରାପୁର ଓ ଆତମ୍ବରୀ ବନ୍ୟା ବିପର୍ହ୍ନ ଲୋକମାନଙ୍କର ଖାଦ୍ୟ ପାନୀୟ ଜଳ ଔଷଧ ବନ୍ଦୋବସ୍ତ କରାଯାଇଛି l ଫସଲ କ୍ଷୟକ୍ଷତି ଘରଭଙ୍ଗା ଅଙ୍କଳନ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯିବ l ରାଜସ୍ୱ ଆୟୁକ୍ତଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବିଡ଼ିଓ ଅଟଳବିହାରୀ ସ୍ୱାଇଁ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ମନୋଜ କୁମାର ବେହେରା, କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ଓ ତହସିଲଦାର, କୁଜଙ୍ଗ ବ୍ଲକ ଚେୟାରମ୍ୟାନ, ସରପଞ୍ଚ ଉମେଶ ବେହେରା ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ l
ରାଜ୍ୟ
କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜଗତସିଂହପୁର ବନ୍ୟାଞ୍ଚଳ ପରିଦର୍ଶନ
- Hits: 423