ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି ନାଉଙ୍ଗା ବ୍ଲକ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯାହା ନିର୍ଦେଶ ସେହି ଅନୁଯାୟୀ ପ୍ରତ୍ୟୋ ଅଧିକାରୀ ଓ ଲୋକପ୍ରତିନିଧିମାନେ ତଳସ୍ତରରେ ଅକ୍ଷର ଅକ୍ଷରରେ ପାଳନ କରୁଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଥିଲେ l ବନ୍ୟା ବିପନ୍ନ ଲୋକମାନକୁ ସୁରକ୍ଷିତ ସ୍ଥାନକୁ ଆଣି ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ଔଷଧ ଯୋଗାଇଦିଆଯାଉଛି l ଗାଈ ଓ ଗୋରୁଙ୍କ ଖାଦ୍ୟ ଯୋଗାଇଦିଆଯାଉଛି l ଯେଉଁ ଘର ଗୁଡିକ ଭାଙ୍ଗିଛି ବନ୍ୟା ପରେ ତାହାର ଆକଳନ କରାଯିବ l ଚାଷୀମାନଙ୍କୁ ସରକାରୀ ସୁବିଧା ଦିଆଯିବ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଡାକରା କୌଣସି ଜାଗାରେ ଜୀବନ ହାନୀ ଘଟିବ ନାହିଁ l ସେଥିପାଇଁ ସମସ୍ତେ ସତର୍କ ଦୃଷ୍ଟି ରଖିଛନ୍ତି l ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇ କହିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି l ବିଧାୟକ ଶ୍ରୀ ବିଜୟ ଶଙ୍କର ଦାଶ ଯୋଗଦେଇ କହିଲେ ବିରିଡି ବ୍ଲକର ବାଇଶିମୌଜା ଅଞ୍ଚଳ ଯେଉଁଠାରେ ପାଣି ପଶିଯାଇଛି ସେ ସବୁ ସ୍ଥାନରୁ ପାଣି ଛାଡିଲେ ଆକଳନ କରାଯିବ l ବୈଠକରେ ଯୋଗଦେଇ ଶ୍ରୀମତୀ ପାରୁଲ ପଟ୍ଟୱାରୀ ବନ୍ୟାଞ୍ଚଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଅବଗତ କରାଇଥିଲେ l ପଲିଥିନ, କିରୋସିନ ଓ କୁଜଙ୍ଗ ବ୍ଲକ ଜିଲ୍ଲାନାସି ଠାରେ ପାଣି ପାଉଜ ଯୋଗାଇଦିଆଯାଉଛି l ଜଗତସିଂହପୁର ପୌରାଞ୍ଚଳର ସାତଟି ୱାର୍ଡ ବର୍ଷା ଓ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି l ୩୬ ଟି ଗାଁ ଜଳ ବନ୍ଧୀ ହୋଇ ପ୍ରଭାବିତ ହୋଇଛନ୍ତି l ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ ଭୋଇ, ପି.ଡି ଶ୍ରୀ ରୁଦ୍ରନାରାୟଣ ଦାଶ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଜଗତସିଂହପୁରଠାରେ ରାଜସ୍ୱମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା
- Hits: 466