କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ରେ ଦେଢ ମାସ ହେଲାଣି କଲେରା କଲ ବଲ କଲାଣି ହେଲେ ବି ପ୍ରଶାସନ ର ସମସ୍ତ ଉଦ୍ୟମ ସତ୍ୱେ ବି ନିୟନ୍ତ୍ରଣ ରେ ଆସୁନି କଲେରା, କାଶୀପୁର ବ୍ଲକ ରେ କଲେରା ବ୍ୟପିବାର ମୁଖ୍ୟ କାରଣ ହେଉଛି ପିଇବା ପାଣି |ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ମିଳୁ ନଥିବାରୁ ବାଧ୍ୟ ହୋଇ ଦୂଷିତ ପାଣି ବିଭିନ୍ନ ନାଳ ନର୍ଦ୍ଦମାରୁ ବ୍ୟବହାର କରୁଛନ୍ତି |ପ୍ରଶାସନ ତରଫରୁ ମଧ୍ୟ ଟେଙ୍କେର ଯୋଗେ ଗାଁ ଗାଁ କୁ ପାଣି ଯୋଗାଇ ଦେଉଛନ୍ତି ବିଶୁଦ୍ଧ ପାଣି ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ମାତ୍ର କିଛି ଗ୍ରାମରେ ଦିନକୁ ଗୋଟିଏ ଟେଙ୍କେର ପାଣି ଦେଇ ପ୍ରଶାସନ ଚୁପ ରହି ଯାଉଛି |ଲୋକେ ବାଧ୍ୟ ହୋଇ ପୂର୍ବରୁ ବ୍ୟବହାର କରୁଥିବା ସେହି ନଦୀ, ନାଳ ଓ ଝରଣା ପାଣିରେ ନିର୍ଭର କରୁଛନ୍ତି ଓ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ବର୍ତମାନ ସୁଦ୍ଧା କାଶୀପୁର ବ୍ଲକରେ 16ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ପ୍ରଶାସନର ସମସ୍ତ ଉଦ୍ୟମ ସତ୍ୱେ ମଧ୍ୟ କଲେରା ନିୟନ୍ତ୍ରଣକୁ ଆସୁନଥିବାର ମଧ୍ୟ ଦେଖିବାକୁ ମିଳୁଛି | ଗତ ସପ୍ତାହରେ ପାଇକ କୂପାଖାଲ ର ବୀଣା ନାଏକ ବୟସ 45 କଲେରା ରେ ଆକ୍ରାନ୍ତ ହୋଇ ଉତ୍କଳ ହସ୍ପିଟାଲ ରେ ମୃତ୍ୟୁ କରିଥିବା ବେଳେ ଏହି ସପ୍ତାହରେ ଅଡାଯୋର ପଞ୍ଚାୟତ ର ପରଲାଜୋର ଗ୍ରାମ ର ମଣି ମାଝୀ ବୟସ 56, ନମିତା ମାଝୀ ବୟସ 25 ଙ୍କ ମୃତ୍ୟୁ ହୋଇଛି | ଅଡାଜୋର ପଞ୍ଚାୟତ ର ପରଲା ଜୋର ଗ୍ରାମର ମୃତ୍ୟୁ ହୋଇଥିବା ପରିବାରଙ୍କ କହିବା ଅନୁଯାୟୀ ଆଠ ଦଶ ଥର ଝାଡା ବାନ୍ତି ପରେ ମୃତ୍ୟୁ ହୋଇଥିବା କହିଛନ୍ତି |ଆଜି କାଶୀପୁର ଡାକ୍ତରିଦଳ ଉକ୍ତ ଗ୍ରାମ ଯାଇ ଲୋକଙ୍କ ଚିକିତ୍ସା କରାଇ ପଙ୍କଜ ଗୌଡ଼ ମଧ୍ୟ ଝାଡାବାନ୍ତି ରେ ସଂକଟପନ୍ନ ଥିବାରୁ
ତୁରନ୍ତ ଚିକିତ୍ସା କରେଇ କାଶୀପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି |ସେହିପରି ଉକ୍ତ ଗ୍ରାମତ ଆଉ ତିନି ଜଣ ନମିତା ମାଝୀ, ଯୁଗ୍ନଦେଇ ମାଝୀ, ଧନ ମାଝୀ ଙ୍କୁ ଆମ୍ବୁଲାନ୍ସ ଯୋଗେ କାଶୀପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ଥିବାର ମଧ୍ୟ ସୂଚନା ଆସିଛି |ତେବେ ଦେଖିବାର ଅଛି ଆଉ କେତେ ନିରୀହ ଲୋକଙ୍କ ଝାଡା ବାନ୍ତିରେ ଜୀବନ ଗଲାପରେ ଚେତା ପଶିବ |
ରାଜ୍ୟ
କାଶୀପୁର ରେ ପୁଣି ମୁଣ୍ଡ ନେଲା କଲେରା ମୃତ୍ୟୁ ସଂଖ୍ୟା 16 ରେ ପହଁଚିଲା
- Hits: 634