ହେଡଲାଇନସ୍:

ରୁଗୁଡ଼ିପଡ଼ା ଦୁର୍ଗା ପୂଜା କମିଟି ବୈଠକ : ଲଲିତ ନାୟକ ସଭାପତି, ହରି ନାରାୟଣ ସଂପାଦକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର,(ନିରୋଜ ମିଶ୍ର ): ସ୍ଥାନୀୟ ରୁଗୁଡ଼ିପଡ଼ା ଦୁର୍ଗାପୂଜା ମଣ୍ଡପରେ ବୁଧୁବାର ପୂଜା କମିଟିର ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଭାପତି ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂପାଦକ ହରି ନାରାୟଣ ପୂଜାରୀ ଗତ ବର୍ଷ ପୂଜାର ଆୟ ବ୍ୟୟ ସଂପର୍କରେ ସୂଚନା ଦେଇଥିଲେ । ଏଥିସହିତ ଆଗାମୀ ପୂଜାକୁ କେମିତି ମନୋରମ ଓ ଅଧିକ ଆକର୍ଷଣୀୟ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତ ରଖିଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସଭାପତି ଭାବେ ଶ୍ରମିକନେତା ତଥା ସମାଜସେବୀ ଲଳିତ କୁମାର ନାୟକଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ଉପ ସଭାପତି ଚେତନାନନ୍ଦ ପଣ୍ଡା, ସଂଜୀବ ଶତପଥୀ ମନୋନୀତ ହୋଇଥିଲେ । ସେହିପରି ସଂପାଦକ ଭାବେ ହରି ନାରାୟଣ ପୂଜାରୀ, ସହ ସଂପାଦକ ଭାବେ ଦେବବ୍ରତ ବଗର୍ତ୍ତି, ବିଜୟାନନ୍ଦ ବାଗ, କୋଷାଧ୍ୟକ୍ଷ ଦେବାଶିଷ ମହାକୁଡ, ଅଡିଟର ଭାବେ ସୁଧୀର କୁମାର ନନ୍ଦ, ଚନ୍ଦ୍ରଚୂଡ ପଣ୍ଡା ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିରେ ଲକ୍ଷ୍ମୀ ମହାରଣା, ବିଷ୍ଣୁଦତ୍ତ ହୋତା, ନୟନ ମହାନ୍ତି, ସଂଜୟ ପୂଜାରୀ, ଅରୁଣ ନାୟକ, ଶିବାନନ୍ଦ ବାଗ, ହିମାଂଶୁ ଶେଖର ପାଢୀ, ମନୋରଂଜନ ଯୋଶୀ, ଶ୍ରୀକାନ୍ତ ରାଉତ, ଜୀବନ ବାଙ୍କ, ପ୍ରଦୀପ ପଟ୍ଟନାୟକ, ଶିବପ୍ରସାଦ ବେହେରା, ସନ୍ତୋଷ ପଣ୍ଡା, ଭାଗିରଥୀ ମହାକୁଡ, ରମେଶ ଚନ୍ଦ୍ର ଘିବେଲା, ପଞ୍ଚଜନ୍ୟ ପଣ୍ଡା, ତାପସ ମହାନ୍ତି ପ୍ରମୁଖ ରହିଛନ୍ତି । ଏଥିସହିତ ଏଡଭୋକେଟ ଅଶୋକ ମହାନ୍ତିଙ୍କୁ ପୂଜା କମିଟିର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ବୈଠକରେ ପୂଜା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶ୍ରୀ ପୂଜାରୀ ଧନ୍ୟବାଦ ଦେଇଥିଲେ । 

 

 

 

0
0
0
s2sdefault