ହେଡଲାଇନସ୍:

ମହାସମାରୋହରେ ପାରଦୀପରେ ପାଳିତ ହେଲା ୭୨ତମ ସ୍ୱାଧିନତା ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରାଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ ସହରରେ ବିଭିନ୍ନ ଅନୁସରଗଣ , ସ୍କୁଲ ଓ କଲେଜ ଗୁଡିକରେ ୭୨ତମ ସ୍ୱାଧୀନତା ଦିବସ ରାଜ୍ୟବ୍ୟାପି ମହାସମାରୋହରେ ପାଳନ କରାଯାଉଥିବା ବେଳେ ପାରଦୀପ ସହରରେ ଥିବା ପାରଦୀପ ପୋର୍ଟ ବଣିକ ସଂଘ ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଂଘ ଏବଂ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ଓ ଏହିପରି ୮ଗୋଟି ସଙ୍ଗଠନର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ପତକା ଉତ୍ତୋଳନ କରିଥିଲେ । ସେ ଜଣେ ଆଦର୍ଶବାଦ, ସମାଜସେବୀ ଓ ଶ୍ରମିକ ନେତା ଅଟନ୍ତି ।  ସେ କହିଥିଲେ ଯେଉଁ ମହାପୁରଷ ମାନଙ୍କ ଅପୂର୍ବ ବଳିଦାନ ଯୋଗୁଁ ଆମ ଦେଶକୁ ବହୁ ପ୍ରତିକ୍ଷଣ ସ୍ୱାଧିନତା ମଳିଥିଲା । ତାଙ୍କୁ ସମସ୍ତେ ମଳିିମିଶି ସୁରକ୍ଷା ପ୍ରଦାନ କରିବା ଆମ୍ଭ ସମସ୍ତଙ୍କର ପ୍ରାଥମିକ କତ୍ତବ୍ୟ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଦର୍ଶାଇ ଥିଲେ । ପଟ୍ଟନାୟକଙ୍କୁ ଜନସାଧାରଣଙ୍କ ପ୍ରତି ଭଲ ପାଇବା ଥିବାରୁ ଏଥିରେ ବିଭିନ୍ନ ସଙ୍ଗଠନର ଶହ ଶହ କର୍ମକର୍ତ୍ତା ବନ୍ଧୁମାନେ ବେପାରୀ ଭାଇ ଓ ଭଉଣୀ ମାନେ ଆସି ଜାତୀୟ ପତକାକୁ ସାଲୁଟ ଦେଇ ଜାତୀୟ ସଙ୍ଗୀତ ଗାନ କରି, ମହାପୁରଷଙ୍କର ଶ୍ଳୋଗାନ ମାନ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତକୁ ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହିତ ଶୁଭକାମନା କରିଛନ୍ତି । ସେହିପରି ପାରଦୀପ ମଧୁବନ ଫକୀର ମୋହନ (କ୍ୟାବିନ)ମାର୍କେଟର ବରିଷ୍ଠ  ବ୍ୟବସାୟୀ ତଥା ସମାଜସେବୀ ଶ୍ରୀଯୁକ୍ତ ଉଗ୍ରେସନ ଗୁରୁ ବେପାରୀ ଭାଇ ମାନଙ୍କ ଗ୍ରହଣରେ ପତକା ଉତ୍ତୋଳନ କରିଥିଲେ । ସେ ସଦାସର୍ବଦା ବେପାରୀ ଭାଇ ମାନଙ୍କର ଦୁଃଖ ସୁଖରେ ସମୟ କାଟୁଛନ୍ତି । ବେପାରୀ ଭାଇ ମାନଙ୍କ ଉନ୍ନତି ପାଇଁ ଚିନ୍ତା ମଧ୍ୟ କରୁଛନ୍ତି । ସେହିପରି ପାରଦୀପ ବନ୍ଦରରେ ଏକ ବଡ ଠିକାଦାର କମ୍ପାନୀ ଶୁଭମ୍ ହାଇଡ୍ରୋଟେକ୍ ଇଂଞ୍ଜିନିୟରର୍ସ ପାରଦୀପ ତାର ପରିସରରେ କମ୍ପାନୀର ମ୍ୟାନେଜର ଲିବିନ୍ ବାବୁ ଶ୍ରମିକ ମାନଙ୍କ ଗହଣରେ  ପତକା ଉତ୍ତୋଳନ କରିଥିଲେ । 

0
0
0
s2sdefault