ହେଡଲାଇନସ୍:

ଝାରବନ୍ଧ ବ୍ଲକ ବୈତାଲି କ୍ଲଷ୍ଟର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ମୁଖରିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁନି କୁନି ଛାତ୍ରଛାତ୍ରୀ ଙ୍କର ସହିତ ଝୁମୁଛନ୍ତି ଗ୍ରାମବାସୀ

ବରଗଡ :- ବର୍ତ୍ତମାନ ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ସମସ୍ତ ବିଦ୍ୟାଳୟରେ ସପ୍ତାହ ବ୍ୟାପୀ ତିରଙ୍ଗା ପତାକା ଉଡ଼େଇବା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ କୁ ସରକାର ଚିଠି କରିଛନ୍ତି ଏହାକୁ ସଠିକ ଭାବେ ଅନୁପାଲନ କରି ବର୍ତ୍ତମାନ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ସପ୍ତାହ ବ୍ୟାପୀ ଆମ ଦେଶର ଗର୍ବର ପ୍ରତୀକ ତିରଙ୍ଗା ଉଡ଼ୁଛି ।

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆରସିସିଙ୍କ ଉଦ୍ୟମ କ୍ରମେ ପୁଟୁକିଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ତଥା ଗ୍ରାମବାସୀ ମାନଙ୍କୁ ନେଇ ଏକ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା କରିଥିଲେ..ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଗକ ଦିବସ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ତିରଙ୍ଗା ପତାକା ଯୋଗେଇଦେଇଥିବା ବେଳେ ତିରଙ୍ଗା ପତାକାକୁ କିଭଳି ସମ୍ମାନ ପ୍ରଦର୍ଶନ କରିବାକୁ ହୁଏ ସମସ୍ତଙ୍କୁ ବୁଝାଇଥିଲେ । ଏହାପରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ମାଧ୍ୟମରେ ଦେଶଭକ୍ତି ପ୍ରଦର୍ଶନ କରିଥିଲେ ଯାହାକୁ ଗ୍ରାମବାସୀ ଆନ୍ତରିକତା ସହ ସମର୍ଥନ କରିବା ସହ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ.ସବୁଠାରୁ ଆକର୍ଷଣୀୟ ଥିଲା ଗ୍ରାମର ବୃଦ୍ଧା ମାନଙ୍କ ଦେଶଭକ୍ତି ଗୀତର ତାଳରେ ନୃତ୍ୟ ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ଙ୍କ ସମେତ ସହକାରୀ ଶିକ୍ଷକ ଅନନ୍ତ ମେହେର ,ଜୟଦେବ ପ୍ରଧାନ,ବୁଦ୍ଧଦେବ ଭୁଏ, ରାମେଶ୍ୱର ହରିପାଳ ତଥା ସୋନୁ ରୋହୀଦାସ ସକ୍ରିୟ ଅଂଶଗ୍ରହଣ କରିଥିଲେ.. ସରକାରୀ ବିଦ୍ୟାଳୟରେ ତଥା ଉପାନ୍ତ ଅଞ୍ଚଳର ପିଲାମାନଙ୍କ ଦେଶଭକ୍ତି ଗୀତର ତାଳେ ତାଳେ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା।ସିଆରସିସି ଦିବସ କୁମାର ସାହୁଙ୍କ ଉକ୍ତ ମହତ ପ୍ରୟାସକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି

0
0
0
s2sdefault