ପାରଦୀପ(ଉପେନ୍ଦ୍ର ଗୁରୁ) ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ପାରଦୀପ ବନ୍ଦର ପ୍ରଶାସନ ତରଫରୁ ୭୨ତମ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏଥିରେ ପାରଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ଜାତୀୟ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡ ଉସôବରେ ବନ୍ଦରର ଶିଳ୍ପନିରାପତା ବାହିନୀର ଯବାନ ମାନେ ଭାଗ ନେଇଥିଲେ । ପାରଦୀପ ବନ୍ଦର ଏବେ ସବୁ କ୍ଷେତ୍ରରେ ନିଜର ଗାରିମା ବଜାଇ ରଖିବା ସହ ପଣ୍ୟ କାରବାର କରି ଦେଶର ବୃହତ୍ତ ବନ୍ଦର ଗୁଡିକ ମଧ୍ୟରେ ଦ୍ୱିତୀୟ ସ୍ଥାନ କରିପାରିଛି । ବନ୍ଦରର ବିଭିନ୍ନ ସଫଳତା ସମ୍ପର୍କରେ ଶ୍ରୀ ରାୟ ବର୍ଣ୍ଣନା କରିବା ସହିତ ନିର୍ମାଣ ଧିନ ଅନେକ ଗୁଡିଏ ଅତ୍ୟାଧୁନିକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ମଲ୍ଟି ପର୍ପଜ କାର୍ଗୋ ବର୍ଥ, ଆଉଟର ହାରବର ପ୍ରଭୃତିର କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଦେଶର ୧ନଂ ବନ୍ଦର ଭାବେ ପାରଦୀପ ବନ୍ଦର ପରିଗଣିତ ହେବ ବୋଲି ଶ୍ରୀଯୁକ୍ତ ରାୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦରର ଲୋକସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର ସୁଚାରୁ ରୂପେ ପାଳନ କରିଥିଲେ ।
ରାଜ୍ୟ
ପାରାଦୀପ ବନ୍ଦର ତରଫରୁ ୭୨ତମ ସ୍ୱାଧିନତା ଦିବସ ପାଳନ
- Hits: 413