ହେଡଲାଇନସ୍:

ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ୱରିତ ମୁକାବିଲା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନମାନଙ୍କରେ ପ୍ରତି କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ । ତେଣୁ ଆଗାମୀ ଦିନରେ ରାଜ୍ୟରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ୱରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ, ସୁବିଧାସମ୍ପନ୍ନ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ବର୍ତ୍ତମାନ ଅତି ଉଚ୍ଚ ଅଟ୍ଟାଳିକା ତଥା ଉଚ୍ଚ ନିର୍ମାାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି ।
ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀମାନଙ୍କର ଅତୁଳନୀୟ ଯୋଗଦାନ ଦ୍ୱାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତା’ର ଭୂୟସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ’ଜିରୋ କାଜୁଆଲିଟି’ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ । ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟୟ ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୂଦ୍ରିକ ତୈଳ ବିତ୍ସୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ । ଅଧିବେଶନରେ ଅଗ୍ନି, ବିପତ୍ତି ଓ ମଣିଷ ଉପରେ ତା’ର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନସଚେତନତାର ଆବଶ୍ୟକତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଅଗ୍ନିଶମ ଅଧିକାରୀମାନେ ଅଗ୍ନି ନିରୋଧ, ପ୍ରତିରୋଧ ଓ ଶମନଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନିଉଜ ବୁଲେଟିନ୍‌ ଓ ଟେଲିଫୋନ ଡିରେକ୍ଟୋରି ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୌମ୍ୟା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault