ହେଡଲାଇନସ୍:

 ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଓ କିଡ୍‍ଜୀ ସ୍କୁଲ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

PARALAKHEMUNDI/BALAKRISHNA PANIGRAHI : ରାଣିପେଣ୍ଠ ସ୍ଥିତ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ ବରିଷ୍ଠ ନାଗରିକ ତଥା ଆଧ୍ୟାତ୍ମକ ସମାଜସେବୀ ଶ୍ରୀମତୀ ଭବାନୀ କୁମାରୀ ପାଢୀ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଉଦ୍‍ବୋଧନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ନେହଲତା ପାଣିଗ୍ରାହୀ, ଜ୍ୟୋତ୍ସ୍ନା ଡାକୁଆ,ଶାଶ୍ୱତୀ ବେବର୍ତ୍ତା ଉପସ୍ଥିତ ଥିଲେ । ସେହିପରି କିଡ୍‍ଜୀ ସ୍କୁଲ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପତାକା ଉତ୍ତୋଳନ କରିଥିଲେ । ପରେ ପିଲାମାନଙ୍କ ଦ୍ୱାରା କୌତୁକବେଶ ପୋଷାକ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ବୋଷ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ।

 

0
0
0
s2sdefault