ଭେଣେଇ କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ଯୁବକ
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଆଜି ଯୋଗେନ୍ଦ୍ର ବାରିହା ନାମକ ଜଣେ ଯୁବକ ର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକ ର ଭେଣେଇ ଘରେ କୋଣସି ପ୍ରକାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହା ଦେଖି ଯୋଗେନ୍ଦ୍ର ଭେଣେଇ କୁ ବଞ୍ଚାଇବା ପାଇଁ ଯାଇଥିବା ବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଛି । ପରିବାର ଓ ଆଖପାଖ ଲୋକେ ତୁରନ୍ତ ଉଭୟ ଙ୍କୁ ପାଇକମାଲ ଡାକ୍ତରଖାନା କୁ ନେଇଥିଲେ ହେଲେ ଯୋଗେନ୍ଦ୍ର କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାର ଭେଣେଇ କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦେଇଥିବା ଜଣା ପଡ଼ିଛି । ସୂଚନା ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ ଡାକ୍ତରଖାନା ପହଂଛି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇ ଦେଇଛନ୍ତି । ଅନ୍ୟପଟେ ଯୋଗେନ୍ଦ୍ର ଜଣେ ଭଲ ପିଲା ହୋଇଥିବା କାରଣରୁ ତାର ଅଚାନକ ମୃତ୍ୟୁକୁ ଗ୍ରାମ ବାସୀ ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ପାଇକମାଲ ଥାନାରେ କେଶ ନମ୍ବର 152/22 ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।।