ହେଡଲାଇନସ୍:

ଟିଟିଲାଗଡ଼ ରେଳ ଜଙ୍କସନ ପାଇଲା ନୂଆ ପରିଚୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତଟ ରେଳ ବାଇ ମଧ୍ୟରେ ପଶ୍ଚିମଓଡିଶା ର ପାଞ୍ଚ ଗୋଟି ରେ ପ୍ଲାଟଫର୍ମ ଟିଟିଲାଗଡ଼ ପାଇବାରେ ପ୍ରଥମ


ଟିଟିଲାଗଡ଼.. ( ରଶ୍ମି ରେଖା ମହାପାତ୍ର ):ଇଷ୍ଟ କୋଷ୍ଟ ର ଦକ୍ଷିଣ ପୁର୍ବତଟ ରେଳବାଇ ର ଅଧୀନରେ ଥିବା ପଶ୍ଚିମ ଓଡିଶା ର ରେଳ ଷ୍ଟେସନ ମଧ୍ୟରୁ ଏକ ନୂଆ ପରିଚୟ ଲାଭ କରିଛି l ଟିଟିଲାଗଡ଼ ରେଳ ଷ୍ଟେସନ ପୂର୍ବରୁ ଆରମ୍ଭ ରୁ ଜଙ୍କସନ ର ମାନ୍ୟତା ଲାଭ କରିଆସିଥିବା ବେଳେ ଏବେ ଏହି ରେଳ ଷ୍ଟେସନ ଆହୁରି ଏକ ପାଦ ଆଗେଇ ଯାଇଛି l ପୂର୍ବରୁ ଟିଟିଲାଗଡ଼ ରେଳ ଷ୍ଟେସନ ରେ ତିନି ଗୋଟି ପ୍ଲାଟଫର୍ମ ରହିଥିବା ବେଳେ ଏହା ଏବେ ପାଞ୍ଚ ଗୋଟି ପ୍ଲାଟଫର୍ମ ର ମାନ୍ୟତା ଲାଭ କରିଛି l ରେଳ ଷ୍ଟେସନ ର ଆଧୁନିକି କରଣ କରାଯାଇ ଥିବା ବେଳେ ପ୍ରଥମ ରୁ ପାଞ୍ଚ ନମ୍ବର ପ୍ଲାଟଫର୍ମ କୁ ସଂଯୋଗ କରିବା ପାଇଁ ଯାତ୍ରୀ ମାନଙ୍କ ପାଇଁ ଫୁଟ ଓଭର ବ୍ରିଜ, ରେଷ୍ଟ ସେଡ ସହ ସୂଚନା ଫଳକ ଲାଗିରହିଛି l ପାଞ୍ଚ ନମ୍ବର ପ୍ଲାଟଫର୍ମ ସମ୍ମୁଖରେ ରେ ରାତ୍ରି ଯାପନ କରୁଥିବା ବା ମାଳବାହିଁ ଟ୍ରେନ ମାନଙ୍କ ପାଇଁ ଆଉ ଏକ ଛୋଟିଆ ପ୍ଲାଟଫର୍ମ ଟି ସିରଭଟା ପଡା ପଟକୁ ରହିଛି l ଯାହା ଟିଟିଲାଗଡ଼ ରେଳ ଷ୍ଟେସନ କୁ ଆହୁରି ଆକର୍ଷିତ କରିଛି l ପାଞ୍ଚ ନମ୍ବର ପ୍ଲାଟଫର୍ମ ସମ୍ମୁଖରେ ଥିବା ବାଡ଼ ରେ ଅନେକ ସୂଚନା ଦେଲା ଭଳି ବାର୍ତ୍ତା ର ପେଟିଙ୍ଗ କରାଯାଇଛି l କେବଳ ଯେ ଟିଟିଲାଗଡ଼ ରେଳ ଷ୍ଟେସନ ର ନବ କଲେବର ହୋଇଛି ତାହା ନୁହେଁ, ଟିଟିଲାଗଡ଼ ରୁ ସିକେର ରେଳ ଷ୍ଟେସନ ପର୍ଯ୍ୟନ୍ତ 10 କିଲୋମିଟର ରେଳ ଲାଇନ ର ଦୋହରି କରଣ କାର୍ଯ୍ୟ ସମାପ୍ତ ହୋଇ ପରୀକ୍ଷା ମୂଳକ ଭାବରେ ଟ୍ରେନ ଚଳାଚଳ ସଫଳତା ର ହୋଇଥିବା ବେଲେ ଟିଟିଲାଗଡ଼ ରେଳ ଷ୍ଟେସନ ରୁ କେସିଙ୍ଗା ପର୍ଯ୍ୟନ୍ତ ତୃତୀୟ ଲାଇନ ର କାର୍ଯ୍ୟ ସମାପ୍ତ ହୋଇଛି l ଆଜି ସିକେର ରେଳ ଷ୍ଟେସନ ରୁ ଟିଟିଲାଗଡ଼ ଦେଇ କେସିଙ୍ଗା ପର୍ଯ୍ୟନ୍ତ ନୃତନ ରେଳ ଲାଇନ ରେ ପରୀକ୍ଷା ମୂଳକ ଭାବରେ ଟ୍ରେନ ଗଡିଛି l ଏହି ନୃତନ ରେଳ ଲାଇନ ରେ ଘଣ୍ଟା ପ୍ରତି 140 କିଲୋମିଟର ବେଗରେ ଟ୍ରେନ ଗଡିଛି l ଏଥିପାଇଁ ରେଳ ବିଭାଗ ର ବହୁ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଗତ ତିନି ଦିନ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟ ର ଅଗ୍ରଗତି ଉପରେ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ l ତେବେ ଆଜି ଦୋହାରୀ କରଣ ରେଳ ଲାଇନ ଏବଂ ତୃତୀୟ ଲାଇନ ରେଳ ଧାରଣା କାର୍ଯ୍ୟ କୁ ଦକ୍ଷୀଣ ପୂର୍ବ ରେଳବାଇ ସାର୍କଲ ର ମୁଖ୍ୟ ନିରାପତ୍ତା ଆଯୁକ୍ତ ଏ ଏମ ଚୌଧୁରୀ ଆସି କାର୍ଯ୍ୟକ୍ରମ ଗୁଡିକ ତଦାରଖ କରିବା ସହ ବିରିଷ୍ଠ ରେଳ ବାଇ ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିବା ବେଳେ 4 ଏବଂ 5 ନମ୍ବର ପ୍ଲାଟଫର୍ମ ର ଶୁଭ ଉଦଘାଟନ କରିଥିଲେ l ଏହା ପରେ ସିକେର ରେଳ ଷ୍ଟେସନ ଯାଇ ଦୃତୀୟ ରେଳ ଲାଇନ ରେ ତାଙ୍କ ସ୍ୱତନ୍ତ୍ର ଟ୍ରେନ ଯୋଗେ ଟିଟିଲାଗଡ଼ ଆସି ତିନି ନମ୍ବର ନୂଆ ରେଳ ଲାଇନ ରେ ଟିଟିଲାଗଡ଼ ରୁ କେସିଙ୍ଗା ପର୍ଯ୍ୟନ୍ତ ଯାଇ ଥିଲେ l ଏହି ଅବସରରେ ସମ୍ବଲପୁର ଡ଼ି ଆର ଏମ ପ୍ରଦୀପ କୁମାର, ସମେତ ବିଭିନ୍ନ ବିଭାଗ ର ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ସମେତ ଅନେକ ବରିଷ୍ଠ ରେଳ ପ୍ରଶାସକ ଉପସ୍ଥିତ ଥିଲେ l ଟିଟିଲାଗଡ଼ ସହରରେ ପାଞ୍ଚ ଗୋଟି ପ୍ଲାଟଫର୍ମ ସହ ଏକ ନୃତନ ରେଳ ଷ୍ଟେସନ ଭାବରେ ନବ କଳେବର ହୋଇଥିବାରୁ ଟିଟିଲାଗଡ଼ ଜନସ୍ୱାର୍ଥ ସମିତି, ପିପୁଲସ ଇଣ୍ଟରେଷ୍ଟ ପ୍ରୋଟେକ୍ସନ ସୋସାଇଟି, ଟିଟିଲାଗଡ଼ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ମାରୱାଡି ଯୁବା ମଞ୍ଚ, ଟିଟିଲାଗଡ଼ ରେଳ ଉପଭୋକ୍ତା ସଂଘ, ଲାଇନ୍ସ କ୍ଳବ, ରୋଟାରି କ୍ଳବ, ସମେତ ସହର ର ବୁଦ୍ଧିଯିବି ମହଳ ରେ ବେଶ ଉତ୍ସାହ ଦେଖା ଦେଇଛି l

0
0
0
s2sdefault