ହେଡଲାଇନସ୍:

ଅସାଧୁ ଠିକାଦାରଙ୍କ ଉପରେ ଅଙ୍କୁଶ କଷିବ ପୂର୍ତ୍ତ  ଵିଭାଗ , ଏଣିକି ବଡ଼ ବଡ଼ ନିର୍ମାଣ କାର୍ଯ୍ୟର ହେବ ସରପ୍ରାଇଜ ଯାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୁବନେଶ୍ୱରରୁ ମାନସୀ ମିଶ୍ର :  ରାଜ୍ୟର କେତେକ ସ୍ଥାନରେ ପୋଲ ବା ବ୍ରିଜ ଭୁଷୁଡ଼ା ଭଳି ଅଘଟଣ ରାଜ୍ୟ ସରକାରଙ୍କୁ ସମାଲୋଚିତ କରିଥିବା ବେଳେ ଏବେ ଅସାଧୁ ଠିକାଦାର ଓ  ଦାଇତ୍ୱହୀନ ଅଧିକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଅଂଟା ଭିଡିଛି ପୂର୍ତ ବିଭାଗ ।  ଏଣିକି ବଡ଼ ବଡ଼ ନିର୍ମାଣ କାର୍ଯ୍ୟର ନିର୍ମାଣ କାର୍ଯ୍ୟର ତଦାରଖ ରିପୋର୍ଟ ଅଚାନକ ପରିଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ତ ବିଭାଗର ସଚିବ ନଳୀନି ପ୍ରଧାନ ।  ସେ କହିଛନ୍ତି ଯେ, ରାଜ୍ୟରେ ଯେତେ ସବୁ ବଡ଼ ବଡ଼ କୋଠାବାଡ଼ି, ପୋଲ, କଲଭଟ, ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ବିନା ନୋଟିସରେ ବିଭାଗୀୟ ଅଧିକାରୀମାନେ ଯିବେ ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀର ମାନକୁ ଯାଂଚ କରିବେ । ଅତି ଗୋପନୀୟ ଭାବେ ଏ କମିଟି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପ କାର୍ଯ୍ୟର ଯାଞ୍ଚ କରିବା ।  ପ୍ରତି ସପ୍ତାହରେ ସେ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ସରକାରକୁ ଦିଆଯିବ  ବୋଲି ଇଂ ପ୍ରଧାନ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ସମୟରେ ସେତୁ ଭୁଷୁଡ଼ି ଯାଇ ଧନ ଜୀବନ କ୍ଷୟ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ସେଭଳି ଅଘଟଣ ର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଏହି ନିଷ୍ପତି ନିଆଯାଇଛି ।  ଏଥିପାଇଁ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦିଅ ଯାଇଛି ବୋଲି ପୂର୍ତ୍ତ ସଚିବ କହିଛନ୍ତି । 

0
0
0
s2sdefault