କୃତିତ୍ୱ ଲାଭ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ଆମ ପାଇଁ ଗର୍ବ ଓ ଗୌରବ - ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ।
ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗି) : ଚଳିତ ମାଧ୍ୟମିକ ହାଇସ୍କୁଲ ସାର୍ଟିଫିକେଟ ୨୦୨୨ ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରରେ ଟପ ୧୦୦ ଜଣଙ୍କ ମଧ୍ୟରେ ୧୦ ଗୋଟି ସ୍ଥାନ ଅଧିକାର କରିଥିବା ମୋଟ ୨୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ମାହାଙ୍ଗା କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ସମର୍ଦ୍ଧିତ କରାଯାଇଛି । ଏହି ସଭାରେ ମାହାଙ୍ଗା ବ୍ଲକ ର ୧୩ ଜଣ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୧୫ ଜଣ ଏହିପରି ମୋଟ ୨୮ ଜଣ ଟପ ଶହେ ମଧ୍ୟରେ ୧୦ ଗୋଟି ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପୁଷ୍ପଗୁଛ ଓ ମାନପତ୍ର ଦେଇ ସମର୍ଦ୍ଧିତ କରିବା ସହ ଛାତ୍ର ଛାତ୍ରୀମାନଙ୍କ ଆଗାମୀ ଭବିଷ୍ୟତ ଉଜଳମୟ ଏହାହିଁ ମହାପ୍ରଭୁଙ୍କ ନିକଟରେ କାମନା କରିଥିଲେ । ଏପରିକି ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ସମଗ୍ର ଦେଶ ଓ ଜାତିର ବିକାଶ ସମ୍ଭବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ମାହାଙ୍ଗା ବ୍ଲକ ଅଧକ୍ଷା ଦିପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧୀ ମନୋଜ ସେଠି, ମାହାଙ୍ଗା ବ୍ଲକ ବିଇଓ ଚକ୍ରଧର ବେହେରା , ଏବିଇଓ ସୋମନାଥ ରାମ, ସଂଯୁକ୍ତା ଭୋଇ, ନିଶ୍ଚିନ୍ତକୋଇଲି ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଏବିଇଓ ଲକ୍ଷ୍ମଣ ଲେଙ୍କା, ପାର୍ବତୀ ନନ୍ଦ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ, ଶିକ୍ଷାବିତ ଚୌ. ରମାକାନ୍ତ ପ୍ରହରାଜ, ଜିଲ୍ଲାପରିଷଦ ଭୂପତି ଭୁଷଣ ସଣ୍ଡ, ସସ୍ମିତା ଦାସ, ଜଗବନ୍ଧୁ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।
୨୮ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକର ତରତଶାସନ ପୁରୁଷୋତ୍ତମ ବିଦ୍ୟାପୀଠ ବଇଁପଡା ରୁ ୫ଜଣ, ବାଲିଆପଦା ଉଚ୍ଚ ବିଦ୍ୟାଳୟ ରୁ ୪ ଜଣ, କଟିକଟା ସରକାରୀ ଉଚ୍ଚ ବିଦ୍ୟାଳୟ ପାଟସୁରା ରୁ ୩ ଜଣ, କେରିଲୋ ହରଚଣ୍ଡୀ ବିଦ୍ୟାଳୟରୁ ଜଣେ , ଆରଓ ଉଚ୍ଚ ବିଦ୍ୟାଳୟ ରୁ ଜଣେ, ଦାଉଦପୁର ସଂକୁନ୍ତଳା ବିଦ୍ୟାନିକେନ ବୋଧଙ୍ଗ ରୁ ଜଣେ ଏହିପରି ମୋଟ ୧୫ ଜଣ ଏବଂ ମାହାଙ୍ଗା ବ୍ଲକର ହଳଦିଆ ଉଚ୍ଚ ବିଦ୍ୟାଳୟର ୨ ଜଣ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଣ୍ଡିର ଜଣେ , ରଘୁନାଥଜିଉ ପଞ୍ଚାୟତ ବିଦ୍ୟାପୀଠ ବ୍ରାହ୍ମଣ ମଣିଜୋରି ରୁ ଜଣେ, କେସି ଗାନ୍ଧୀ ଶିକ୍ଷାଶ୍ରମ ରୁ ଜଣେ , ଶ୍ରୀ ଅଚ୍ୟୁତାନନ୍ଦ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗୋକୁଳପୁର ଜଣେ, କସ୍ତୁରବା ଉଚ୍ଚ ବିଦ୍ୟାଳୟରୁ ଜଣେ , ବାସୁଦେବପୁର ଉଚ୍ଚ ବିଦ୍ୟାଳୟ ରୁ ଜଣେ, ଗୋକନ ଉଚ୍ଚ ବିଦ୍ୟାଳୟର ଜଣେ, ଭେଡା ସିଏଚ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଜଣେ , ପଲିସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଜଣେ , ଜାନକୀ ବଲ୍ଲଭ ଉଚ୍ଚ ବିଦ୍ୟାଳୟ ଅଚ୍ୟୁତପୁର ଜଣେ ଏହିପରି ମୋଟ ୧୩ ଜଣ ଛାତ୍ର ଛାତ୍ରୀ ମାନେ ବ୍ଲକ ସ୍ତରରେ ୧୦୦ ଟପ ପିଲାଙ୍କ ମଧ୍ୟରେ ୧୦ ଗୋଟି ସ୍ଥାନ ଅଧିକାର କରିଛନ୍ତି । ଏପରି ସମର୍ଦ୍ଧିତ ସଭା ଆୟୋଜନ କରାଯାଇଥିରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଛାତ୍ର ଛାତ୍ରୀମାନେ ଏହି ସଫଳତା ପାଇଁ ନିଜ ଅଭିଭାବକ ଙ୍କ ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଶ୍ରେୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଭିଭାବକ, ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ ।