ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଦ୍ରୁତ ପଦକ୍ଷେପ ନେଉଥିବାର ଡେଙ୍ଗୁରା ପିଟୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହା ଏକ ପ୍ରହସନରେ ପରିଣତ ହୋଇଥିବାର ଅଭିଯୋଗ ହୋଇଛି l ଏହି ଉଚ୍ଚ ବିଦ୍ୟାଳୟରେ ୫ ଟି ଶ୍ରେଣୀଗୃହ ବର୍ଷ ବର୍ଷ ଧରି ନିର୍ମାଣ ନ ହୋଇଥିବାରୁ ଛାତ୍ରଛାତ୍ରୀମାନେ ବିପଦସଂକୁଳ ଭଙ୍ଗା ଶ୍ରେଣୀଗୃହରେ ବଡ଼ ଦୟନୀୟ ଅବସ୍ଥାରେ ବସି ପାଠ ପଢିବା, ପାନୀୟ ଜଳର ସୁବିଧା ନ ଥିବାରୁ ଛାତ୍ରଛାତ୍ରୀମାନେ ଦୈନଦିନ ହଇରାଣ ହରକତ ହେବା, ଡାଇନିଂ ହଲ ହଲ ନଥିବାରୁ ଛାତ୍ରଛାତ୍ରୀମାନେ ହାତରେ ଧରି ଓ ସାଇକେଲ ଉପରେ ଥୋଇ ମଧ୍ୟାହ୍ନ ଭୋଜନ ଖାଇବା, ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ଟିକେ ବର୍ଷା ହେଲେ ଶ୍ରେଣୀ ଗୃହ ମଧ୍ୟରେ ବର୍ଷା ଜଳ ପ୍ରବେଶ କରିବା, ପିଅନ ନିଯୁକ୍ତି ନ ମିଳିବା,ଗଣିତ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିବା ଯୋଗୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବା ଏଠାରେ ନୀତି ଦିନିଆରେ ପରିଣତ ହୋଇଥିବାର ସାଧାରଣରେ ଅଭିଯୋଗ ହେଇଛି l ଫଳରେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପଯ୍ୟସ୍ଥ ହୋଇଥିବାର ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବିଭାଗୀୟ ଉଚ୍ଚ କତୃପକ୍ଷ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ କେହିହେଲେ ଵୀ ଉପରୋକ୍ତ ସମସ୍ୟା ଗୁଡିକର ସମସ୍ୟା ଗୁଡିକର ସମାଧାନ ଦିଗରେ ଦୃଷ୍ଟି ନ ଦେବାର ଅଭିଯୋଗ ହେଇଛି l ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଅଭିଭାବକ ମହଲରୁ ଦାବି ହୋଇଛି l ପ୍ରକାଶ ଯେ ୧୯୭୯ ମସିହାରୁ ଜିଲ୍ଲାର ଆଳିପିଙ୍ଗଳସ୍ଥ ଗୋପାଳଜୀଉ ମନ୍ଦିର ନିକଟରେ ସ୍ଥାପିତ ହୋଇଛି ସରକାରୀ ଉଚ୍ଚ ବିଦ୍ୟାଳୟ l ବର୍ତ୍ତମାନ ଏହି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ଷଢଙ୍ଗୀ ସୂଚନା ଦେଇଛନ୍ତି l ତେବେ ଏହି ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୫ ଟି ଅଧୀନରେ ଶ୍ରେଣୀ ଗୃହ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଅଛି l ଶ୍ରେଣୀଗୃହ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ନା ଜିଲ୍ଲା ପ୍ରଶାସନ କେହି ହେଲେ ଵୀ ଦୃଷ୍ଟି ନ ଦେଉଥିବାର ଅଭିଯୋଗ ହୋଇଛି l ଫଳରେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ଛାତ୍ରଛାତ୍ରୀମାନେ ସେହିପରି ବିପଦ ସଂକୁଳ ଫଟା କାନ୍ଥ ଛାତ ତଳେ ପାଠପଢ଼ୁଥିବାର ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଭାକର ବେହେରା ଅଭିଯୋଗରୁ ଜଣାପଡ଼ିଛି l ତେବେ ଏହି ଉଚ୍ଚ ବିଦ୍ୟାଳୟରେ ତ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ଟିକେ ବର୍ଷା ହେଲେ ଶ୍ରେଣୀଗୃହ ମଧ୍ୟକୁ ବର୍ଷାଜଳ ପ୍ରବେଶ କରିବା, ବର୍ଷା ପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନ ଆସିବା ଏଠାରେ ନିତିଦିନିଆରେ ପରିଣତ ହୋଇଛି l ଅପରପକ୍ଷେ, ଏହି ଉଚ୍ଚ ବିଦ୍ୟାଳୟର ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ l ଦୀର୍ଘ ୨୫ ବର୍ଷ ପୂର୍ବରୁ ଏହି ଉଚ୍ଚ ବିଦ୍ୟାଳୟର ପରିସରରେ ୨ ଟି ନଳକୂପ ବସିଥିଲେ ହେଁ ତାହା ବର୍ତ୍ତମାନ ପାନୀୟ ଜଳ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗ ପାଲଟିଥିବାର ଅଭିଯୋଗ ହେଇଛି l ଏଠାରେ ଏକ ସୌର ଚାଳିତ ମଟର ବସିବା ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇଆସୁଥିଲେ ମଧ୍ୟ କେହି ହେଲେ ବି ଏହି ମୁଖ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାର ଅଭିଯୋଗ ହେଇଛି l ଡାଇନିଂ ହଲ ଟିଏ ଏହି ଉଚ୍ଚ ବିଦ୍ୟାଳୟରେ ନିର୍ମାଣ ନ ହୋଇଥିବାରୁ କୁନି କୁନି ଛାତ୍ରଛାତ୍ରୀମାନେ ହାତରେ ଏବଂ ସାଇକେଲ ଉପରେ ଥୋଇ ମଧ୍ୟାହ୍ନ ଭୋଜନ ଖାଉଥିବାର ଦେଖିବାକୁ ମିଳିଛି l
ରାଜ୍ୟ
ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ୟା ଅନେକ: ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
- Hits: 366