ହେଡଲାଇନସ୍:

ଆଜି ନିଳାଦ୍ରୀ ବିଜେ କରିବେ ଚକାନୟନ ; ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କୁ ଭାଙ୍ଗିବେ ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଆଜି ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।  ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ  ବିଜେ କରିବେ ଶ୍ରୀଜୀଉ । ସିଂହାସନ ମାଜଣା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମନ୍ଦିର ବିଜେ କରାଯିବା ପ୍ରଥା ରହିଛି ।
ସେପଟେ ରଥାରୂଢ ମହାପ୍ରଭୁଙ୍କୁ ଏବେଠାରୁ ରସଗୋଲା ଭୋଗ କରିବା ଆରମ୍ଭ କରିସାରିଲେଣି ଶ୍ରୀକ୍ଷେତ୍ରବାସି । ଶ୍ରୀକ୍ଷେତ୍ରର ଏହା ଏକ ଅନନ୍ଯ ପରମ୍ପରା । କାହିଁ କେଉଁ ଆଦିମ କାଳରୁ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିବାର ପରମ୍ପରା ରହିଛି । ତେବେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ସମୟରେ ରସଗୋଲାର ବିଶେଷ ଗୁରୁତ୍ୱ ରହିଛି ।
ଶ୍ରୀମନ୍ଦିର ବିଜେ ସମୟରେ ଅଭିମାନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ।  ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରେ ଛାଡ଼ି ଭାଇ ଭଉଣୀଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଥାନ୍ତି ମହାଲକ୍ଷ୍ମୀ । ତେଣୁ ଶ୍ରୀମନ୍ଦିର ପ୍ରବେଶ ବେଳେ ଜୟବିଜୟ ଦ୍ବାରରେ ବାଟ ଓଗାଳନ୍ତି ମା ଲକ୍ଷ୍ମୀ । ତେଣୁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କୁ ମନାଇବା ପରେ ରତ୍ନ ସିଂହାସନ ବିଜେ କରିଥାନ୍ତି ।

0
0
0
s2sdefault