ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ
(ସାଲେପୁର-ଶାସକ ପ୍ରଶାସକ) କଟକ ଜିଲ୍ଲା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ଲାସର ସହ ମହାବିଦ୍ୟାଳୟ ପରିସର ରେ ପାଳିତ ହୋଇଯାଇଛି । ଏହି ୫୯ତମ ପ୍ରତିଷ୍ଠା ଉତ୍ସଵ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗ ଦାନ କରି ସର୍ବପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହାବିଦ୍ୟାଳୟ ର ନବନିର୍ମିତ ଫନି ସହାୟତା ଶ୍ରେଣୀ ବିକାଶ ଗୃହ,ସହାୟକ ଶ୍ରେଣୀ ବିକାଶ ଗୃହ ଏବଂ ବିଧାୟକ ଙ୍କ ହାତପାଣ୍ଠିରେ ନିର୍ମିତ ଜୀବବିଜ୍ଞାନ ବିଭାଗ ନୂତନ ଗୃହ କୁ ଉଦ୍ଘାଟନ କରିଥିଲେ । ଏହା ପରେ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ମହାବିଦ୍ୟାଳୟ ର ଗୈାରବମୟ ସ୍ବର୍ଣ୍ଣିମ ଇତିହାସକୁ ସ୍ମରଣ କରିଥିଲେ । ଏପରିକି ଶ୍ରୀ ଜେନା ଶିକ୍ଷାକୁ ନିଜ ଜୀବନ ରେ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ।
ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଯୋଗଦାନ କରି ସାଲେପୁର କଲେଜ ର ଐତିହ ବିଷୟ ରେ ଆଲୋକପାତ କରିଥିଲେ । ମହା ବିଦ୍ୟାଳୟ ର ବହୁ ପୂରାତନ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ବାରା କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।