ହେଡଲାଇନସ୍:

ଲୁଣା ଚିତ୍ରୋତ୍ପଳା ଅଞ୍ଚଳର ବିକାଶ ପାଇଁ ସବୁ ସମୟରେ କର୍ମବୀର ଥିଲେ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ - ବିଧାୟକ ପ୍ରତାପ ଜେନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ସ୍ମୃତିଚାରଣ ସଭା

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ସ୍ଥିତ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ ନିଶ୍ଚିନ୍ତକୋଇଲି ବ୍ଲକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ ଙ୍କ ଉଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ରଜକିଶୋର ସ୍ମୃତି କମିଟିର ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରଥମେ ସ୍ବର୍ଗତଃ ବିଶ୍ୱାଳ ଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଶ୍ରୀ ଜେନା ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ କି ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ ଏହି ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିକାଶ ପାଇଁ ସର୍ବଦା ଚେଷ୍ଟିତ ଥିଲେ ଆଉ ପ୍ରାୟ ସବୁ ସମୟରେ ବହୁ ସମସ୍ୟାର ସମାଧାନ ପାଇଁ ନିଜେ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ ରଖୁଥିଲେ ବୋଲି ମତପ୍ରକାଶ କରିଥିଲେ । ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ ସ୍ବର୍ଗତଃ ବିଶ୍ୱାଳଙ୍କ ର ମୃତ୍ୟୁ ଘଟିଛି ସତ କିନ୍ତୁ ସିଏ ଆମ ପାଇଁ ସାରା ଜୀବନ ଅମର ହୋଇ ରହିବେ ଏବଂ ତାଙ୍କର ବାକି ରହିଥିବା ଅଧୁରା ବିକାଶର ସ୍ବପ୍ନ କୁ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିସରଞ୍ଜନ ମହାପାତ୍ର, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଭୂପତିଭୁଷଣ ଷଣ୍ଢ, ସମାଜସେବୀ ନଗେନ୍ଦ୍ରନାଥ ଷଡ଼ଙ୍ଗୀ, ହିମାଂଶୁଶେଖର ମହାନ୍ତି, ବ୍ରଜମୋହନ ପଣ୍ଡା, କେରିଲୋ ସରପଞ୍ଚ ଙ୍କ ପ୍ରତିନିଧି ଅଜିତ କୁମାର ନାୟକ, ଓରତି ସରପଞ୍ଚ ସରୋଜିନୀ ବେହେରା, ସୁଧାଂଶୁ ଶେଖର ମହାନ୍ତି, ଅଜୟ କୁମାର ନନ୍ଦ, ଅଶୋକ ନାୟକ, ସରପଞ୍ଚ ଲଳିତେନ୍ଦୁ ବିଶୋଈ, ପ୍ରମୋଦ ପରିଡା ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ , ବରିଷ୍ଠ ନାଗରିକ ଏବଂ ଗ୍ରାମବାସୀମାନେ ଯୋଗଦାନ କରି ସ୍ବର୍ଗତଃ ବିଶ୍ବାଳଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶରତଚନ୍ଦ୍ର ଦାଶ ଙ୍କ ସଭାପତିତ୍ୱ ରେ ଏହି ସଭାରେ କବି ଫକୀରଚରଣ ନାୟକ, ସମାଜସେବୀ ବିଜୟ କୁମାର ବଳ, ସୁବଳ ଚରଣ ରାଉତ, ବିଜୟ କୁମାର ରାଉତ, କୃଷ୍ଣଚନ୍ଦ୍ର କମଳା, ରଘୁନାଥ ଶତପଥି, ଉଚ୍ଚବ ଚରଣ ମହାପାତ୍ର, ପଦାରବିନ୍ଦ ବିଶ୍ୱାଳ, ସମୀର ବିଶ୍ୱାଳ, ଅଭିନ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ବହୁ ବିଶିଷ୍ଟ କବି, ସାହିତ୍ୟିକ, ସମାଜସେବୀ ମାନେ ଯୋଗଦାନ କରି ସ୍ବର୍ଗତଃ ବିଶ୍ବାଳଙ୍କ ସ୍ମୃତିଚାରଣ କରିଥିଲେ ।

 

0
0
0
s2sdefault