- ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ଖାଦ୍ୟ ପରିବେଷଣ
- ଭକ୍ତମାନଙ୍କ ମଧ୍ୟରେ ୧୦୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରେ
- ୧୪ ଦିନ ଧରି ବଡଦାଣ୍ଡରେ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ
- ରଥ ଯାତ୍ରାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୦୦୦ ରେନ କୋଟ ପ୍ରଦାନ
ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା ପାନୀୟ ଜଳ, ଏବଂ ଗ୍ଲୁକୋଜ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି ।
ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଏହି ସେବା ନେତ୍ରୋତ୍ସବ (ଜୁନ ୩୦ ତାରିଖ)ରୁ ଆରମ୍ଭ ହୋଇ ସୁନାବେଶ ପର୍ଯ୍ୟନ୍ତ ଚାଲିଥିଲା । ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବସଷ୍ଟାଣ୍ଡ ମଧ୍ୟରେ ଏକ ସ୍ୱତନ୍ତ୍ର ଷ୍ଟଲରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ହୋଇଥିବା ଶୁଦ୍ଧ ଶାକାହାରୀ ମିଲ (ଆନ୍ନ, ଡାଲମା ଏବଂ ଖଜରା ଖଟା) ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା ।
“ପୁରୀର ରଥଯାତ୍ରା ମହୋତ୍ସବରେ ଭକ୍ତମାନଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ଆମେ ସର୍ବଦା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ । ଆମେ ବିଶ୍ଵାସ କରୁ ଯେ ମାନବ ସେବା ହିଁ ହେଉଛି ଭଗବାନଙ୍କ ସେବା | ସାରା ବିଶ୍ୱରେ ମାନବଜାତିଙ୍କୁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ସ୍ୱାସ୍ଥ୍ୟ ଏବଂ ଶାନ୍ତିରେ ଆଶୀର୍ବାଦ କରନ୍ତୁ,” ବୋଲି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ।ଏହା ବ୍ୟତିତ ଜେଏସପିଏଲ ଫାଉଣ୍ଡେସନ ରଥ ଯାତ୍ରା ଦିନ ପୁରୀ ବଡ ଦାଣ୍ଡରେ ଭକ୍ତଙ୍କ ମଧ୍ୟରେ ୧୦୦୦୦ ପ୍ୟାକେଟ ଗ୍ଲୁକୋଜ ବଣ୍ଟନ କରିଥିଲା । କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୦୦୦ ରେନ କୋଟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରଯାଇଥିଲା । ରଥ ଯାତ୍ରାରେ ନେତ୍ରୋତ୍ସବ ଠାରୁ ଆରମ୍ଭ କରି 14 ଦିନ ଧରି ଫାଉଣ୍ଡେସନ୍ ପକ୍ଷରୁ ନିଯୋଜିତ 1000 ଲିଟର କ୍ଷମତା ବିଶିଷ୍ଟ ଭ୍ରାମ୍ୟମାଣ ପାନୀୟ ଜଳ ଟ୍ୟାଙ୍କରରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରଯାଇଥିଲା ।