ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରତ୍ୟେକ୍ଷ ଭାବେ ଲୋକମାନଙ୍କର ସମସ୍ୟାର ଅଭିଯୋଗ ଶୁଣିଥିଲେ ଏବଂ ଖୁବ ଶୀଘ୍ର ସମସ୍ୟା ର ସମାଧାନ ପାଇଁ ମତପ୍ରକାଶ କରିଥିଲେ । ଏପରିକି ସମସ୍ତ ସମସ୍ୟା 1 ମାସ ମଧ୍ୟରେ ସମାଧାନ ହେବ ବୋଲି ଜିଲ୍ଲାପାଳ ସମସ୍ତ ଜନସାଧାରଣ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଶିବିରରେ ମୋଟ 93 ଗୋଟି ଅଭିଯୋଗ କୁ ବିଚାର କରାଯାଇଥିଲା । ଏଥିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ,ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା,ଆରକ୍ଷୀ ଅଧିକ୍ଷକ ଗ୍ରାମାଞ୍ଚଳ ବି ଯୁଗଳ କିଶୋର, ବିଡ଼ିଓ କର୍ଣଦେଵ ସମାଦାର , ଚେୟାରମ୍ୟାନ ରୋଜି ସେଠୀ, ଭାଇସ ଚେୟାରମ୍ୟାନ ଅଶୋକ ଓଝା ଙ୍କ ସମେତ ପ୍ରାୟ ସବୁ ବିଭାଗର ଅଧିକାରୀ ଇପସ୍ଥିତ ରହିହିଲେ । ଏଥିରେ ଭତ୍ତା,ରାସନ କାର୍ଡ,ଜମିଜମା,ଇନ୍ଦିରା ଆବାସ ଯୋଜନା,ରୋଡ,ପାନୀୟ ଜଳ ସମସ୍ୟା ଉପରେ ମୁଖ୍ୟ ଭାବେ ଆଲୋଚନା କରାଯାଇଥିଲା । କେତେଟି ଅଭିଯୋଗ ମଧ୍ୟରୁ କିଛି ଅଭିଯୋଗ କୁ ସରକାରୀ ସୁବିଧା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମାଧାନ କରାଯାଇଥିଲା । ଆହୁ ଯାହା କିଛି ଅଭିଯୋଗ ରହିଲା ତାହାକୁ ଖୁବ ଶିଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ରାଜ୍ୟ
ନିଶ୍ଚିନ୍ତକୋଇଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର ।
- Hits: 802