ହେଡଲାଇନସ୍:

ବିଜେଡ଼ିର ଜନସମ୍ପର୍କର ପଦଯାତ୍ରାରେ ଯୋଗ ଦେଲେ ଶତାଧିକ ମହିଳା ଓ ପୁରୁଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଓଡ଼ିଶାର ପ୍ରାୟ ସାଢେ଼ ଚାରି କୋଟି ପାଖାପାଖି ଅଧିବାସୀଙ୍କ ମଧ୍ୟରୁ ୭୦ରୁ ୭୫ ପ୍ରତିଶତ ଜନସାଧାରଣ ଗାଁଗଣ୍ଡାମାନଙ୍କରେ ବସବାସ କରନ୍ତି ଓ ଏମାନଙ୍କର ପରିପାର୍ଶ୍ଵିକ ଅବସ୍ଥା ସହିତ ଆର୍ଥିକ, ସାମାଜିକ କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଲେ ରାଜ୍ୟର ଉନ୍ନତି ସମ୍ଭବ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଶାସନ ପରିଚାଳନା ବ୍ୟବସ୍ଥାରେ ଅନେକ ପରିବର୍ତନ ଆଣିଛନ୍ତି । ନିର୍ବାଚିତ ଲୋକପ୍ରତିନିଧି ସହିତ ପ୍ରଶାସନିକ ପଦାଧିକାରୀ ଓ ଅଧିକାରୀମାନଙ୍କୁ ଗାଁକୁ ଯାଅ ଓ ଜନସାଧାରଣଙ୍କ ସୁଖଦୁଃଖରେ ସହଭାଗୀ ହେବାକୁ ନିର୍ଦେଶ  ଦେଇଛନ୍ତି । ଏଥି ସହିତ ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଙ୍କ ସାମାଜିକ ଚଳଣି ଓ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ସୁବିଧାସୁଯୋଗ ଯୋଗାଇ ଆସୁଛନ୍ତି । ଏହିସମସ୍ତ କାର୍ଯ୍ୟକ୍ରମଗୁଡ଼ିକର ସଫଳତାର ବାର୍ତା ପୂରପଲ୍ଲୀରେ ବସବାସ କରୁଥିବା ଜନସାଧାରଣଙ୍କ ନିକଟରେ ପହଂଚାଇବା ନିମନ୍ତେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଛି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ବାରିପଦା ନିର୍ବାଚନ ମଣ୍ଡଳୀର ଖୁଂଟା ବ୍ଲକ ବାହାନଡ଼ା ପଂଚାୟତରେ ପଥପ୍ରାନ୍ତ ସଭା ମାଧ୍ୟମରେ ଆଜି ବିଜେଡ଼ି ପକ୍ଷରୁ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବିଶାଳ ଜନସମ୍ପର୍କ ପଦଯାତ୍ରା । ଏଥିରେ ଜିଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲା ବିଜେଡ଼ି ସଭାପତି ତଥା ମୋରଡ଼ା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଖୁଂଟା ବ୍ଲକ ଚେୟାରମ୍ୟାନ ପୁଷ୍ପା ମାର୍ଣ୍ଡି ଓ ଭାଇସ ଚେୟାରମ୍ୟାନ ସିରୋ ସୋରେନ, ବ୍ଲକ ସଭାପତି ମଂଟୁ ଚକ୍ର , ବାରିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଜଗନ୍ନାଥ ସ୍ୱାଇଁ, ବାରିପଦା ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ଖୁଂଟା ବ୍ଲକ ପର୍ଯ୍ୟବେକ୍ଷକ ବଳଭଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରିବା ସଂଗେସଂଗେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଜନତାପାର୍ଟି ସରକାରଙ୍କର ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ଓ ବୈମାତୃକ ମନୋଭାବକୁ ତୀବ୍ର ଭାବେ ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରବଣ କୁମାର ଗୋପ, ସୁନୀଲ ନାୟକ, ପ୍ରଦୀପ ଦାସ, ଅଭୟ ସିଂ, ନନ୍ଦନ ଭଞ୍ଜ, ଖୁଂଟା ବ୍ଲକ ଯୁବ ନେତା ଲାଲାଜୀ ରଥ, ଶିବୁ ରଣା ପ୍ରମୁଖ ଶତାଧିକ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । 

0
0
0
s2sdefault