ହେଡଲାଇନସ୍:

ସୂଚନା ଅଧିକାର : ଗୋଟିଏ ପ୍ରଶ୍ନର ଦି ପ୍ରକାର ଉତ୍ତର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେଉଁ ତଥ୍ୟଟି ଠିକ ଏବେ ତାକୁ ନେଇ ଦ୍ବନ୍ଦ୍ବ

ପଦ୍ମପୁର- ସରକାରଙ୍କ ନିୟମ ଅନୁସାରେ ସୂଚନା ଅଧିକାର ଆଇନ ବଳରେ କୌଣସି ବିଷୟରେ ଜାଣିପାରିବେ । ଗୋଟିଏ ବିଷୟବସ୍ତୁ ଉପରେ ଗୋଟିଏ ତଥ୍ୟ ପ୍ରଦାନ କରାଯାଇଥାଏ। ହେଲେ ରାଜବୋଡାସମ୍ବର ବ୍ଳକରେ ଗୋଟିଏ ବିଷୟରେ ଦୁଇଗୋଟି ତଥ୍ୟ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳୁଛି । ରାଜବୋଡାସମ୍ବର ବ୍ଳକ ପଲସାପାଲି ପଞ୍ଚାୟତର ଚକ୍ର ସାହୁ ସୂଚନା ଅଧିକାର ଆଇନ ଜରିଆରେ ଲୋକ ସୂଚନା ଅଧିକାରୀ ରାଜବୋଡାସମ୍ବରଙ୍କୁ ମେଲଛାମୁଣ୍ଡା ସରପଞ୍ଚ କିଏ ଏବଂ ସେ ସରକାରଙ୍କ ଠାରୁ କେତେ ଅର୍ଥ ପାଉଛନ୍ତି ସେ ବାବଦକୁ ଜାଣିବା ପାଇଁ ପାଇଁ ଆବେଦନ କରିଥିଲେ । ରାଜବୋଡାସମ୍ବର ବ୍ଳକର ଲୋକ ସୂଚନା ଅଧିକାରୀ ଏ ବାବଦକୁ ଜୁଲାଇ ୨୧ ତାରିଖ ଦିନ ଦେଇଥିବା ତଥ୍ୟ ଅନୁସାରେ ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ ଡିଏ ବାବଦକୁ ୪୦ ଟଙ୍କା, ଏସଏଫ ବାବଦକୁ ୨୦୦ ଟଙ୍କା ଓ ଭତ୍ତା ବାବଦକୁ ୨୩୫୦ ଟଙ୍କା ସରକାରୀ ଅର୍ଥ ପାଉଛନ୍ତି । ହେଲେ ପୁଣି ଜୁଲାଇ ୦୨ ତାରିଖ ଦିନ ସେ ପୁଣି ତଥ୍ୟ ଦେଇଛନ୍ତି କି ମେଲଛାମୁଣ୍ଡା ସରପଞ୍ଚ କୌଣସି ସରକାରୀ ଅର୍ଥ ପାଉନାହାନ୍ତି । ଗୋଟିଏ ବିଷୟ ବସ୍ତୁ ଉପରେ ଦୁଇ ଦୁଇଟି ଭିନ୍ନ ତଥ୍ୟ ଦେବା ଏବେ ପ୍ରଶ୍ନବାଚୀ । କେଉଁ ତଥ୍ୟ ଟି ସଠିକ ଏବେ ତାହା ଦ୍ବନ୍ଦ ଘେରରେ । ଅଧିକାରୀ ନିଜ ଭୁଲଲୁଚାଇବା ପାଇଁ ଦୁଇଟି ଭିନ୍ନ ତଥ୍ୟ ଦେଇଛନ୍ତି ନା ସରକାରୀ ତଥ୍ୟ ଲୁଚାଇବା ପାଇଁ ଦୁଇଟି ଭିନ୍ନ ତଥ୍ୟ ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ ।

0
0
0
s2sdefault