ହେଡଲାଇନସ୍:

ପଦ୍ମପୁର ବଜାରରେ ନକଲି ଧାନ ବିହନ, କୁମ୍ଭକର୍ଣ୍ଣ ନିଦ୍ରାରେ କୄଷି ବିଭାଗ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ବର୍ତ୍ତମାନ ଚାଷ ସମୟ,ଚାଷୀ ତତ୍ପରତା ଦେଖାଇ ପାଗ ଅନୁକୁଳ ଦେଖି ଧାନ ବୁଣିବା କାମ ଆରମ୍ଭ କରିଛି । ଚାଷୀ ଧାନ ବିହନ ଦୋକାନରୁ କିଣି ବୁଣୁଥିବା ଦେଖିବାକୁ ମିଲୁଛି । ଅଧିକ ଅମଳ ହେବ, କେଣ୍ଡାରେ ଅଧିକ ଫଳ ଫଲିବ ତଥା ଓଜନ ମଧ୍ୟ ଅଧିକ ହେବ କହି ବିଭିନ୍ନ କମ୍ପାନୀର ଧାନ ମଞ୍ଜି ଗୁଡିକ ଦୋକାନୀ ମାନେ ବିକ୍ରି କରୁଛନ୍ତି । ହେଲେ ଦେଖିବାକୁ ଗଲେ ପଦ୍ମପୁର ଅଞ୍ଚଳରେ ନକଳି ବିହନ ମାନ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଦୋକାନୀ ମାନେ ଚାଷୀଙ୍କୁ ଧାନ ବିକ୍ରି କରୁଛନ୍ତି ହେଲେ ତାହା ଗଜା ହେଉନାହିଁ, ଧାନ ବିକ୍ରି ସମୟରେ ଦୋକାନୀ ଗ୍ରାହକଙ୍କୁ ବିଲ ଦେଉନାହାନ୍ତି ,ଚାଷୀ ଧାନ ଫେରାଇଲେ ଏହା।ଫେରସ୍ତ ହେବନାହିଁ ବୋଲି ମନା କରୁଛନ୍ତି । ଦେଖିବାକୁ କଲେ ଚାଷୀଙ୍କ ସରଲତାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଚାଷୀଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି । କୄଷି ବିଭାଗ ବର୍ତ୍ତମାନ ସମୟରେ ଦୋକାନ ଗୁଡିକ ଯାଞ୍ଚ କରି କେଉଁ ଦୋକାନୀ କେଉଁ କମ୍ପାନୀର ଧାନ ବିକ୍ରି କରୁଛନ୍ତି ତାହା ତଦାରଖ କରିବା ଆବଶ୍ୟକ , ହେଲେ କୄଷି ବିଭାଗ ଅଧିକାରୀ ଜାଣିଶୁଣି ଚୁପ ରହୁଛନ୍ତି ନା ତାଙ୍କ ମୁହଁକୁ ଚୁପ କରିବା ପାଇଁ ବାଧ୍ୟ କରାଯାଉଛି ତାହା ଚର୍ଚ୍ଚାର ବିଷୟ ।

0
0
0
s2sdefault