ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ସାୟଦ ଏକରାମ ରସୁଲ ଙ୍କ ୧୫୯ତମ ଜନ୍ମବାର୍ଷିକ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଫତା ମଣ୍ଡପ ପରିସରରେ ଡ଼ଃ.ଏକରାମ ରସୁଲ ମେମୋରିଆଲ କ୍ଲବ ଏବଂ ଜୟରାମପୁର ସୁଙ୍ଗୁରା ଯୁବକ ସଂଘ ଆନୁକୂଲ୍ୟରେ ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ସୟଦ ଏକରାମ ରସୁଲ ଙ୍କ ୧୫୯ ତମ ଜନ୍ମବାର୍ଷିକ ଉତ୍ସବ ଏବଂ କବିତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଡ଼ଃ. ସୟଦ ଏକରାମ ରସୁଲ ସମଗ୍ର ଓଡିଶା ସମେତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ପାଇଁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ବଳିଦାନ ଦେଇଯାଇଛନ୍ତି ତାହା ଚିରକାଳ ପାଇଁ ସମସ୍ତଙ୍କ ମାନସ ପଟରେ ଅଭୁଲା ସ୍ମୃତି ହୋଇ ରହିବ | ଡ଼ଃ.ସୟଦ ଖିଲାଫତ ଆନ୍ଦୋଳନ ସମୟରେ ହିନ୍ଦୁ ମୁସଲମାନ ମଧ୍ୟରେ ଏକ ସାମଞ୍ଜସ୍ୟ ଭାବ ସୃଷ୍ଟି କରିଥିଲେ | ଏପରିକି କାରାଗର ରେ ରହିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇଦେଇଥିଲେ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ମୌଲାନା ନକୀବୁଲ ଅମିନ ବର୍କି, ସମ୍ମାନିତ ଅତିଥି ଭାବେ ଓଡିଶା ମୁସଲମାନ ସଂରକ୍ଷଣ ଆନ୍ଦୋଳନର ଅଧକ୍ଷ ଡ଼ଃ. ଶାମି ସାଲିମ, ଓଡିଶା ଉର୍ଦ୍ଦୁ ଏକାଡେମୀ ସମ୍ପାଦକ ଡ଼ଃ. ସୟଦ ମୁସିର ଆଲାମ ଅତିଥି ଭାବେ ଯୋଗଦାନ କରି ଡ଼ଃ. ସୟଦ ଏକରାମ ଏହି ଓଡିଶା ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହାପାଇଁ ଆଜି ଏହି ସମଗ୍ର ଓଡିଶା ମାଟି ଗର୍ବିତ ବୋଲି ପ୍ରକାଶ କରିଥିଲେ । ଆବାହକ ଭାବେ ଖୱର ନକୀବ ରହିଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ସୟଦ ଏମଡି ଅଲିମ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟରାମପୁର ଡ଼ଃ.ଏକରାମ ରସୁଲ ମେମୋରିଆଲ କ୍ଲବ ଏବଂ ଜୟରାମପୁର ସୁଙ୍ଗୁରା ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।