ହେଡଲାଇନସ୍:

ଦୁର୍ଘଟଣାରେ ପୀଡିତମାନଙ୍କ ଉଦ୍ଧାରକାରୀଙ୍କ ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ) – ଆଜି  ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ମୁଥାଗାଡ଼ିଆ ସରପଂଚଙ୍କ ଉଦ୍‌ଯୋଗ କ୍ରମେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇଥିବା ଲୋକମାନଙ୍କ ପାଇଁ ଦୁର୍ଘଟଣାରେ ପୀଡିତମାନଙ୍କ ଉଦ୍ଧାରକାରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାସ୍ତା ଦୁର୍ଘଟଣାରେ ପିଡ଼ିତ ଲୋକମାନଙ୍କୁ ତାଙ୍କ ବିଭାଗ ତରଫରୁ ଟ.୫୦୦୦୦/- ଠାରୁ ଟ.୨୦୦,୦୦୦/- ପର୍ଯ୍ୟନ୍ତ ଏବଂ ରକ୍ଷକମାନଙ୍କୁ ୨୦୦୦ଟଙ୍କାର ସାହାଯ୍ୟ ଦିଆଯାଇଥାଏ । ରାସ୍ତା ଦୁର୍ଘଟଣାର ରକ୍ଷାକାରୀମାନେ କୌଣସି ମତେ ଦୋଷୀ ନୁହଁନ୍ତି ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିଷୟରେ ସେ କହିଥିଲେ । ତେଣୁ ଏଥି ପାଇଁ ରକ୍ଷକମାନେ ପୋଲିସ, ନ୍ୟାୟାଳୟ କାହାକୁ ଭୟ ନକରି ଦୁର୍ଘଟଣା ଜନିତ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ୍ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ତାଙ୍କ ବକ୍ତବ୍ୟରେ ଅଳ୍ପଦିନ ତଳେ ପୁସର ବ୍ରିଜଠାରେ ହୋଇଥିବା ଦୁର୍ଘଟଣାର ଦୃଷ୍ଟାନ୍ତ ଦେଇ କହିଲେ ଯେ, ଉଦ୍ଧାରକାରୀମାନେ ଶତପ୍ରତିଶତ ନିଜକୁ ସୁରକ୍ଷିତ ରଖି ଉଦ୍ଧାର କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଉଚିତ୍ । ଆମେ ସମସ୍ତେ ରାସ୍ତାର ନିୟମ ମାନି ନିରାପଦରେ ଯାତ୍ରା କରିବା ଏବଂ ଏହା ଉପରେ ଅନ୍ୟମାନଙ୍କୁ ସଚେତନ କରିପାରିଲେ , ସଚେତନଶୀଳ ସମାଜରେ ଦୁର୍ଘଟଣାର ସଂଖ୍ୟା ବହୁତ କମିଯିବ । ଏହି ଶିବିରର ମୁଖ୍ୟ ପ୍ରଶିକ୍ଷକ ଡ. ଆଦିତ୍ୟ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାରେ ବାର୍ଷିକ ପ୍ରାୟ ୬ହଜାର ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଶୁ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାନ୍ତି । ସେମାନଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଁଚାଇବା ପ୍ରଥମେ ସାହାଯ୍ୟକାରୀର କର୍ତବ୍ୟ । ଏଥିରେ ସାମନ୍ୟତମ ବିଳମ୍ବ ହେଲେ ଜୀବନ ଚାଲିଯିବାର ଭୟ ଥାଏ ବୋଲି ପ୍ରଶିକ୍ଷକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହାପରେ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ମିଶ୍ର ପ୍ରଶିକ୍ଷକ ଶ୍ରୀ ରବିନ୍ଦ୍ର କୁମାର ଦଳବେହେରା ଓ ଅନ୍ୟ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଝୁମ୍ପୁରୀ, ଜୟପୁର ଓ ମୁଥାଗାଡ଼ିଆର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault