ଅସ୍ତରଙ୍ଗ(ଦୁଃଶାସନ ନାୟକ): ବିଶ୍ଵ ଯୋଗଦିବସ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ବିଶ୍ଵ ଯୋଗ ଦିବସ ଉପଲକ୍ଷେ୨୧ତାରିଖ ବୁଧବାର ସକାଳ୬ଘଟିକା ଠାରୁ ୮ଘଟିକା ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ସମ୍ମୁଖ ମନ୍ଦିର ପରିସର ଓ ଆନ୍ତର୍ଜାତିକ ବାଖ୍ୟାନ କେନ୍ଦ୍ର ପରିସରରେ କେନ୍ଦ୍ରସରକାର ଙ୍କର ରେଳ ମନ୍ତ୍ରଣାଳୟ ତରଫରୁ ବିଶ୍ଵ ଯୋଗ ଦିବସ,୨୦୨୨ପାଳିତ ହୋଇ ଯାଇଅଛି ।
ଏହି, ଯୋଗ ସିବିର କୁ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ କୋଣାର୍କ ମନ୍ଦିର ସମ୍ମୁଖ ରେ ଉଦ୍ଘାଟନ କଲାପରେ ପ୍ରାୟ ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଯୋଗ ଶିବିର ଆରମ୍ଭ ହୋଇଥିଲା । ଶିବିରାର୍ଥୀ ମାନେ ଦୁଇ ଘଣ୍ଟା ଧରି ଯୋଗ ଉପାସନା କରିଥିବା ବେଳେ୨୧ପ୍ରକାର ଯୋଗ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା ।ଏହି, ଶିବିରରେ,କେନ୍ଦ୍ରସରକାର ଙ୍କର ବିଭିନ୍ନ କର୍ମଚାରୀ,ସ୍ଥାନୀୟ ସ୍ବେଛାସେବୀ ସଙ୍ଗଠନ, ଗଣମାଧ୍ୟମ ପ୍ରତିନିଧି ,ପୋଲିସ ବାହିନୀ,ପ୍ରଭୁତି ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ | ଆଇନଶୃଙ୍ଖଳା ଓ ତଦାରଖ ଦାଇତ୍ୱରେ ଥିଲେ କୋଣାର୍କ ଥାନା ଅଧକାରୀ ରଂଜନକୁମାର ମଲ୍ଲିକ ।
ସେହିପରି, ଅସ୍ତରଙ୍ଗର ବିଭିର୍ଣ୍ଣ ଅନୁଷ୍ଠାନ ଓ ତାଳଦା ଦୀପାଞ୍ଚଳର ଏଡବାଂସ ଠାରେ ଥିବା ନିତାଇ ଗୌରାଙ୍ଗ ଆଶ୍ରମ ପରିସରରେ ମଙ୍ଗଳବାର ସକାଳ୮ ଘଟିକା ସମୟରେ, ଆଶ୍ରମ ର ମୁଖ୍ୟ ଶ୍ରୀ ଅପଛ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପ୍ରାୟ୧୦୦ରୁ ଉର୍ଧ୍ଵ ମହିଳା ଓ ପୁରୁଷ ଙ୍କୁ ନେଇ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଅଛି ।