ପଦ୍ମପୁର-ପଲସଦାସ୍ଥିତ ଆୟୁଷ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା | ସ୍ଥାନୀୟ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ ସାହୁ ଓ ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ମନୋରଞ୍ଜନ ଦେବତାଙ୍କ ଉପସ୍ଥିତି ରେ ଧନ୍ଵନ୍ତରୀଙ୍କ ଉଦ୍ଦେଶ୍ୟରେ ରେ ପ୍ରଦୀପ ପ୍ରଜୃଳନ କରି କାର୍ଯ୍ୟକ୍ରମକୁ ଆଗେଇ ନିଆଯାଇ ଥିଲା | ଏହି ଯୋଗ ଦିବସର କାର୍ଯ୍ୟକ୍ରମରେ ସ୍ଥାନୀୟ ଭଦ୍ରବ୍ୟକ୍ତି ,ଆଶା,ଅଙ୍ଗନବାଡୀ କର୍ମୀ ଏ ଏନ୍ ମ ତଥା କୁନି କୁନି ବାଳକ ,ବାଳିକା ଏବଂ ମାଆ,ମାଉସୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ | ଯୋଗ ଶିବିରକୁ ସ୍ଥାନୀୟ ଯୋଗ ପ୍ରଶିକ୍ଷକ ରଶ୍ମୀ ରଞ୍ଜନ ସାହୁ ଏବଂ ରୀମା ନାୟକ ପରିଚାଳନା କରିଥିଲେ। ଶିବିରରେ ପାଖାପାଖି ଅଶୀ ଜଣ ଅଶଂ ଗ୍ରହଣ କରିଥିଲେ। ପରିଶେଷରେ ଶିବିରର ସୁପରିଚାଳନା ନିମିତ୍ତ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ପଲସଦାସ୍ଥିତ ଆୟୁଷ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
- Hits: 463