ହେଡଲାଇନସ୍:

ବସ ଟର୍ମିନାଲ ନିର୍ମାଣ ପାଇଁ ଘଟଣାସ୍ଥଳ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର/ପ୍ରତାପ ପାଢ଼ୀ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ପୌରାଞ୍ଚଳ ତାରିଣୀ ଛକ ନିକଟରେ ବହୁ ପ୍ରତିକ୍ଷିତ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଜି ଦିନ 12ଟା ସମୟରେ ଓଡିଶା ରାଜ୍ୟ ଆରକ୍ଷୀ ଗୃହନିର୍ମାଣ ଓ କଲ୍ୟାଣ ନିଗମ ର ପରିବହନ ବିଭାଗର ଏକ ଦଳ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ I ଏଥିରେ OAS-1 ଦୀପ୍ତି ମହାପାତ୍ର ( SDO, OSRTC ), ବାସୁଦେବପୁର ତହସିଲଦାର ଅନିତା ସାହୁ, OSPH & WC ବାଲେଶ୍ୱର ର ପ୍ରୋଜେକଟ ମ୍ୟାନେଜର ଏବଂ ଡେପୁଟି ପ୍ରୋଜେକଟ ମ୍ୟାନେଜର ଉପସ୍ଥିତ ରହି ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ କିପରି ସୁରୁଖୁରୁରେ ହେବ ତଦନ୍ତ ପୂର୍ବକ ଆଲୋଚନା କରିଥିଲେ I ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ 5T ଅଧୀନରେ ହେବାକୁ ଥିବାରୁ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି I ଏଥିପାଇଁ ଓଡିଶା ସରକାରଙ୍କ ପାଞ୍ଚ କୋଟି ଚଉବନ ଲକ୍ଷ ତାଙ୍କର ବ୍ୟୟ ଅଟକଳ କରାଯାଇଛି I ଏଥିରେ ବସ ଟର୍ମିନାଲ, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ, ଯାତ୍ରୀଙ୍କ ପାଇଁ ରେଷ୍ଟ ହାଉସ, ମାର୍କେଟ ବିଲଡିଂ, ଗାଡି ଧୁଇବା ପାଇଁ ୱାସିଂ ପଏଣ୍ଟ, ଚାଳକଙ୍କ ପାଇଁ ବିଶ୍ରାମଗାର, ଜଗୁଆଳି ଘର ନିର୍ମାଣ ହେବାର ଅଧିକାରୀ ସୂଚନା ଦେଇଛନ୍ତି I ଏ ନେଇ ଦୀପ୍ତି ମହାପାତ୍ର ସ୍ଥାନୀୟ ତହସିଲଦାର ଙ୍କ ସହିତ ପରାମର୍ଶ କରିଛନ୍ତି କି ଯେତେ ଶୀଘ୍ର ବସ ଷ୍ଟାଣ୍ଡ ନିର୍ମାଣ ସ୍ଥାନରେ ଥିବା ଦୋକାନ ଘର ଓ ଅନ୍ୟାନ୍ୟ ବାଧା ବିଘ୍ନ କୁ ପରିସ୍କାର କରାଯିବା ଉଚିତ I ଡିସେମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ I

0
0
0
s2sdefault