ହେଡଲାଇନସ୍:

ଲଢମାଁ...କୋସଲି ତାର ଶେଷ ନିଏ ପାଏବାର ତକ ଲଢମାଁ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ନାଁ-ସାକେତ ଶ୍ରୀଭୂଷଣ ସାହୁ, ବାପା-ସୁରେନ୍ଦ୍ର କୁମାର ସାହୁ | ମାଁ-ବିଳାଶ ମଞ୍ଜୁରୀ ସାହୁ | ଜନମ ଠାନ-ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଳକ ର ବୁରୋମୁଣ୍ଡା ଗାଁ | ଶିକ୍ଷା-ଏଲ୍ .ଏଲ୍ .ବି, ବୄତ୍ତି-କୋଶଲୀ ଭାଷା କର୍ମୀ | ସେ କହେସନ ଜାଏତ କୋଶଲୀ ମୋର ଭାଷା କୋଶଲୀ,ମୁଇଁ କୋଶଲୀ ମୋର ଧରମ କୋଶଲୀ । କୋଶଲୀ ଜାତିର ପରିଚୟ ଆର ସ୍ବାଭିମାନ ଲାଗି ଗଲା ଗୁଟେ ଦଶକ ଧରି ଲଢେ଼ଇ କରୁଥିବାର ଆର କିଛି ଦିନ ତଲେ କୋଶଲୀ ଭାଷାର ସାମ୍ବିଧାନିକ ସ୍ବିକୄତି ଲାଗି ସତ୍ୟାଗ୍ରହ ରେ ବସିଥିବା ସାକେତ ଶ୍ରୀଭୂଷଣ ସାହୁ ଙ୍କୁ ଭେଟିଥିଲି ଆମର ପଦ୍ମପୁର ପ୍ରତିନିଧି ନିଳକଣ୍ଠ ଦୀପ ।

ଆପଣ କେଭୁ କୋସଲି ଭାଷା ଆନ୍ଦୋଳନ ସାଂଗେ ଜଡିତ ଅଛନ?

ମୁଇଁ ୨୦୦୮ରୁ ସକ୍ରିୟ ଅଛେଁ । 

କେଭୁ କୋସଲି ଭାଷା ଆନ୍ଦୋଳନ ମୁଲ୍ ହେଲା ?

୨୦୦୩ ରେ ସୀତାକାନ୍ତ ମହାପାତ୍ର କମିଟି ଗଠନ ହେଲା, ୨୦୦୪ରେ କମିଟି ରିର୍ପୋଟ ଦେଲା । ୨୦୦୮ ଡିସେମ୍ବରରେ ପହେଲା କରି କୋସଲି/ସମ୍ବଲପୁରିକେ ଅଷ୍ଟମ ସୂଚି ନ ସାମିଲ ବାବଦେ ପାର୍ଲିଆମେଣ୍ଟ ନ ପ୍ରଶ୍ନ ହେଲା । ମୁଇଁ ଦିଲ୍ଲୀ ନ ରହୁଥିଲି । ଆମେ ବାହାରେ ରହେଲା କୋସଲିମାନେ ଗୁଗୁଲ ଗୁ୍ରପ ମାଧ୍ୟମରେ ଜୁଡି ହେଇକରି ନିଜର ଜନମ ମାଏଟର ବିକାଶ କଥା ଚିନ୍ତା କରୁଥୁଲୁଁ । ସେନ ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟା ମାନକର ସାଂଗେ କୋସଲ ରାଜ୍ୟ ଦାବୀ ଆର କୋସଲି ଭାଷାର ମାନ୍ୟତା କଥା ବି ଚର୍ଚା ହେଇଥିଲା । ଶେଷକେ ଭାଷାର ମାନ୍ୟତା ଲାଗି ସମକର ସମର୍ଥନ ମିଲଲା ଆର କେନ୍ଦ୍ର ସରକାର, ରାଜ୍ୟ ସରକାରକେ ସ୍ମାରକ ପତ୍ର ଦିଆହେଲା । ୨୦୧୦ରେ ବେନି ପତି୍ରକା ସଂପାଦନା କରବାର ସୁଜୋଗ ମିଲଲା, ଆମର ପହେଲା ଇ-ମେଗାଜିନ । ବେନି ବହୁତ ଲୋକକୁ ଜୁଡଲା । ମତେ ପରିଚୟ ଦେଲା । 

କାଣା ସବୁ ଦାବୀ ଅଛେ ଆପଣକର ?

ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ, ଓଡିଶାର ସରକାରୀ ଭାଷାର ମାନ୍ୟତା, ପ୍ରାଥମିକ ସ୍ଥରରେ ଶିକ୍ଷା, ଆର ସାହିତ୍ୟ ଏକାଡେମୀ ଗଠନ 

ଆନେ୍ଦାଲନ କେଭୁ ତେଜଲା ?    

୨୦୧୦ରୁ ଦିଲ୍ଲୀ ଛାଡିଦେଲି, ଗାଁରେ ରହେଲି । ବେନି କେ ଛାପଲୁଁ । ଆନେ୍ଦାଲନରେ ଲୋକକୁ ଜୁଡବାର ଲାଗି ବେନି ଛପା ହଉଥିଲା । ୨୦୧୧ ଫେବୃଆରିରେ ଝାରବନ୍ଧ ନ ଗୁଟେ ସାହିତ୍ୟ ସଭାରେ ପହେଲାକରି ଅଷ୍ଟମ ସୂଚୀ କଥା କହିଥିଲି । ଦେଶ ବାହାରେ ରହେଲା କୋସଲି ଆର ଇନ ରହେଲା ବୁଦ୍ଧିଜୀବିମାନେ ଧିରେ ଧିରେ ସମର୍ଥନ ଦେଲେ । ୨୦୧୨ରେ ସ୍ୱାଭିମାନ ସମାବେଶରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର କବି ଲେଖକ, ବୁଦ୍ଧିଜୀବି ଯୋଗଦେଇଥିଲେ । ସେ ସମାବେଶ ପ୍ରଭାବିତ କରିଥିଲା । ସେ ବଛର ହିଁ ଓଡିଆ ଭାଷାବିତ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ ଯେତେବେଲେ ସମ୍ବାଦରେ ସଂପାଦକୀୟ ପୃଷ୍ଠାରେ କୋସଲିର ସ୍ୱୀକୃତିକେ ନେଇକରି ବିରୋଧ କରିଥିଲେ, ଆମେ ଜାନଲୁଁ କଥା ଭୁବନେଶର ତକ ପହଁଚିଲା ନ । ଆମର ତରଫୁଁ ଡ. ଅର୍ଜ୍ଜୁନ ପୁରୋହିତ ତାହାକୁ ଉତର ଦେଲେ । ହେଲେ କେନସି ଓଡିଆ ଖବର କାଗଜ ଛାପବାରକେ ରାଜି ନେଇଁ ହେଲେ । ଡ. ପୁରୋହିତଙ୍କର ପ୍ରାୟ ୩୫୦୦ ଶବ୍ଦର ଇଂରାଜିର ଉତରକେ କୋସଲି ଅନୁବାଦ କରିକି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ବୁଦ୍ଧିଜୀବିମାନକୁ ଭେଟିଥିଲି । ୨୦୧୨-୧୩ରେ ସବୁ ଆଡେ ସଭା ସମିତିରେ କୋସଲିର ସାମ୍ବିଧାନିକ ସ୍ୱୀକୃତିର କଥା ଆଲୋଚନା ହେଲା । ୨୦୧୩ରେ ପଦ୍ମପୁର ଠାନେ କୋସଲି କ୍ରିୟାନୁଷ୍ଠାନ କମିଟି ଗଠନ ହେଲା ଆର ସେ ବର୍ଷ ହିଁ ଦିଲ୍ଲୀ ନ ସବୁ ଏମପି ମାନକୁ ଭେଟିକରି କୋସଲି ଲାଗି ସମର୍ଥନ ମଗା ହେଇଥିଲା । ୨୦୧୩ର ଶେଷ ଆଡକେ ମୁଖ୍ୟମନ୍ତ୍ରୀ କୁ ବି ଭେଟିକରି ଦାବୀ ଜଣାହେଇଥିଲା । ୨୦୧୪ରେ ଫେର ଭେଟିଥିଲୁଁ ।

ଆନେ୍ଦାଲନରେ କାଣା ଅସବିଧାମାନେ ଭୁଗିଛନ ?

କେତନି । ସବୁନୁ ଜହ ବାଧକର ନାଁ କେ ନେଇକରି ଝମେଲା ଉଠିଥିଲା, ସମାଧାନ ବି ହେଲା । ନିଜର ନିଜର ଭିତରେ ଗୋଡ ଘିଚାଘୁଚି ଥି ଆମକେ ପଛେ ପଡବାରକେ ହେଲା । ସମିଆଁ ଆର ସୁଜୋଗ ହାତଛଡା ହେଇଛେ । ଥରେ ଥରେ ଲାଗସି ଇ ଝମେଲା ଥି ସରକାରର ବି ହାତ ଥାଇପାରେ, ଭାଷା ଆନେ୍ଦାଲନକେ ଭାଂଗବାର ଲାଗି । 

ଇହାଦେ ଆନେ୍ଦାଲନର ସ୍ଥିତି କେନ ନ ?

ଇହାଦେ ତକ, ମୁଖ୍ୟମନ୍ତ୍ରୀ ୨ ଥର (୨୦୧୪-୧୫) ଚିଠି ଲେଖିଛନ କେନ୍ଦ୍ର ସରକାରକେ ଅଷ୍ଟମ ସୂଚୀରେ ସାମିଲ କରାଯଉ ବଲି । ଆର.ଏନ.ଆଇ.ର ଭାଷା ତାଲିକାରେ ୨୦୧୨ରୁ କୋସଲି ତାଲିକାଭୁକ୍ତ ହେଲା । କେନ୍ଦ୍ର ସାହିତ୍ୟ ଏକାଡେମୀକେ ବି ନିର୍ବାଚିତ ପ୍ରତିନିଧିମାନେ ଚିଠି ଲେଖିଥିଲେ । ଏକାଡେମି ବି ପହେଲା ସଭା ଭୁବନେଶର ଆର ଦୁସରା ସଭା ବରପାଲି ନ କରିଛେ । ଓଡିଶା ଏକାଡେମୀ ବି କବି, ନାଟକକାର ମାନକୁ ଭୁବନେଶର ଡାକୁଛେ । ରାଜ୍ୟ ସରକାର ୨୦୧୬ରେ ହଲଧର କୋସଲି ଗବେଷଣା କେନ୍ଦ୍ର ବନାବାରକେ ଘୋଷଣା କରିଛନ । ଭାଷା ପ୍ରତି ଲୋକର ସଚେତନ ବଢିଛେ । ସାହିତ୍ୟ ଲାଗି ଯୁବ ଗୁଷ୍ଟିରେ ଆଗ୍ରହ ବଢିଛେ । ଆନେ୍ଦାଲନ ଲାଗି ମାହୋଲ, ସମର୍ଥନ ବି ମିଲିଛେ । ଯେନ ଭାଷାକେ ୧୮୯୧ରେ ନୀଲମଣି ବିଦ୍ୟାରତ୍ନ ସମ୍ବଲପୁର ହିତୈଷଣୀରେ “ନିତାନ୍ତ କଦର୍ଯ୍ୟ ଦଶାପନ୍ନ” ଲେଖିଥିଲେ ସେ ଭାଷାର କବିଂକୁ ୨୦୧୬ରେ ପଦ୍ମଶ୍ରୀ ମିଲିଛେ ।

ଆଗକେ କାଣା ବିଚାର ରଖିଛନ ?

ଲଢମାଁ...କୋସଲି ତାର ଶେଷ ନିଏ ପାଏବାର ତକ ଲଢମାଁ ।

ଭାଷା ଲାଗି ଆପଣ କେନ କେନ ସଂସ୍ଥା ସହିତ ଜଡିତ ଅଛନ

ଜାତୀୟ ସ୍ଥରର ସଂସ୍ଥା କ୍ଲିଅର  (Campaign for Language Equality And Rights)  ଜେନଟା କି ଭାରତୀୟ ଭାଷାମାନକର ଅଧିକାର ଲାଗି କାମ କରୁଛେ । ମୁଇଁ ସେଥିର କୋର କମିଟିର ସଭ୍ୟ ତଥା ଅଷ୍ଟମ ସୂଚୀର ଭାଷା ଅଧିକାର ବିଶେଷଗ୍ୟଁ ହିସାବେ କାମ କରସିଁ । ଲୁଧିଆନା, ଧନବାଦ, ଚେନ୍ନାଇ ସଭାରେ ପ୍ରତିନିଧିତ୍ୱ କରିଛେଁ କୋସଲିକେ । 

ଆପଣ ଜଣେ ଲେଖକ ବି, ଆପଣକର ଲେଖା ବିଷୟରେ କିଛୁ କହୁନ

ହଁ, ୧୯୯୩-୯୪ ଆଡୁ ଲେଖୁଛେଁ । ୫ଟା ନାଟ; ଆରୁ ଦୁର୍ଜୋଧନ, ନଏଦଖଏଣ, ଦୋସ, କଂସର ରାଏଜେ, ବିସାନଫୁଲ, ୩ଟା କବିତା; ପଦମ କହଁଡୋର ସପନ, ମେରିଆ, ଜୁ, କଥାନି ସଂକଲନଟେ; କଥାତୁ, କୋସଲି ସାହିତ୍ୟର ଇତିହାସ, ଗୁଲଜାର ର କବିତା (ଅନୁବାଦ), ଆସରେ ପିଲେ କଥାନି କହେମା ଆର ଆସ କୋସଲି ସିଖମାଁ (ଛୁଆକର ଲାଗି) ଲେଖିସାରିଛେଁ । ସେକ୍ସପିଅରଂକର ହାମଲେଟ ର ଅନୁବାଦ ଦରଖଣିଆ ହେଇଛେ । 

ଆପଣକର ଲେଖାକେ ନେଇକରି ପାଠକମାନକର କାଣା ପ୍ରତିକି୍ରୟା ମିଲିଛେ

୨ଟା ନାଟ, ଆରୁ ଦୁୁର୍ଜୋଧନ ଆର ନଏଦଖଏଣକେ ଜାତୀୟ ସ୍ଥରର ପୁରସ୍କାର ମିଲିଛେ । କଟକ, ସମ୍ବଲପୁର, ବଲାଂଗିର, ଆଦି ଯାଗାରେ ନାଟକମାନେ ମଂଚସ୍ଥ ହେଇଛେ । ୨୦୦୩ରେ ହିଣ୍ଡାଲକୋ ଶେଷ ମଂଚ ଥିଲା । କଥାନି ୧୯୯୯ ଆଡେ ମୁଲ କରିଥିଲି ଆର ଶେଷ କଥାନି ୨୦୦୮ ରେ ଲେଖିଥିଲି । ସବୁ ଲେଖା ଲାଗି ସନ୍ତୁଷ୍ଟିକର ପ୍ରତିକି୍ରୟା ମିଲିଛେ । 

ଇହାଦେ କାଣା ସବୁ ଲେଖୁଛନ ?

କିଛି ଇଂରାଜୀ ପୋର୍ଟାଲ ଲାଗି ସାଂସ୍କୃତିକ ଆର ରାଜନୈତିକ ରଚନା ଲେଖସି । ଇତାର ବାହାରେ ଦରଖଣିଆଟା ମାନକୁ ସାରୁଛେଁ । 

0
0
0
s2sdefault