ହେଡଲାଇନସ୍:

ପାଞ୍ଚ ଦଫା ଦାବିରେ ଏକତା ମଞ୍ଚର ଜନସତ୍ୟାଗ୍ରହ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

09-08-18-byasa.jpg - 94.58 kB

(ଯାଜପୁରରୁ ସୁବାସ ଚନ୍ଦ୍ର ନାୟକ): ଯାଜପୁର ଜିଲ୍ଲା ଗଠନକୁ ଗତ ଏପି୍ରଲରେ ୨୫ ବର୍ଷ ପୂରିଯାଇଛି । ରାଜ୍ୟ ତଥା ଦେଶରେ ଶିଳ୍ପ ଉନ୍ନତି ଜିଲ୍ଲା ଭାବେ ଏହା ପରିଚିତ । ବିଶେଷତଃ ଖଣିଖାଦାନ ଓ ଖଣିଜ ସମ୍ପଦକୁ ନେଇ ଏଠାରେ ଗଢ଼ିଉଠିଛି ଛୋଟବଡ଼ ଅନେକ କାରଖାନା । ଦେଶର ବିକାଶରେ ଜିଲ୍ଲା ଯେଭଳି ପ୍ରମୁଖ ଭୂମିକା ଗ୍ରହଣ କରିବା କଥା ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ । ଏକତା, ଦୃଢ଼ ନେତୃତ୍ୱ ଅଭାବରୁ ଜିଲ୍ଲାର ବିକାଶ ହୋଇପାରୁନାହିଁ । ଜିଲ୍ଲାରେ ଅନେକ ଶିଳ୍ପସଂସ୍ଥା ଗଢ଼ି ଉଠିଛି ସତ କିନ୍ତୁ ସ୍ଥାନୀୟ ଲୋକ ନିଯୁକ୍ତି ପାଇପାରୁନାହାନ୍ତି । ଯଦ୍ଧ୍ୱାରା ଦାଦନ ଖଟିବାକୁ ବାହାରକୁ ଯାଉଥିବା ନଜିର ରହିଛି । ଏହି ଜିଲ୍ଲାରେ ଅନେକ ଡାକ୍ତରଖାନା ରହିଛି କିନ୍ତୁ ଉପଯୁକ୍ତ ଡାକ୍ତରଙ୍କ ଅଭାବ ରହିଛି । ଫଳରେ ଅଞ୍ଚଳବାସୀ ସ୍ୱାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଶିଳ୍ପଗୁଡ଼ିକରୁ ଧୂଳିଧୂଅାଁ ଓ ଖଣିଖାଦାନରୁ ଟ୍ରକ ଯୋଗେ ମାଲ୍ ପରିବହନ ହେଉଥିବା ସମୟରେ ଲୁହାଗୁଣ୍ଡ ଉଡ଼ି ସାଧାରଣ ଲୋକଙ୍କ ଆଖିରେ ପଡ଼ି ଦୁର୍ଘଟଣା ଘଟୁଛି । ସେହିପରି ବାୟୁଜନିତ ରୋଗ ଯଥା, ଯକ୍ଷ୍ମା, ଶ୍ୱାସ, କାଶ ଓ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତୁ୍ୟ ଘଟୁଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଯାଜପୁରରେ ମେଡିକାଲ କଲେଜ ଖୋଲାଯିବ । ତେଣୁ ଏହି ମେଡିକାଲ କଲେଜ ଯାଜପୁରର ପାଣିକୋଇଲିଠାରେ ଖୋଲାଯିବା ପାଇଁ ଯାଜପୁର ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ୭ ଦିନ ଧରି ଜନ ସତ୍ୟାଗ୍ରହ ଚାଲୁ ରହିବ । ଏଥିରେ ୫ଟି ଦାବି ରହିଛି । ସେଗୁଡ଼ିକ ମଧ୍ୟରେ ପାଣିକୋଇଲିଠାରେ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରି ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାର ଚଣ୍ଡିଖୋଲଠାରେ ତୁରନ୍ତ କାର୍ଯ୍ୟକ୍ଷମ, ଜିଲ୍ଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସଗ୍ୟହ ଯୋଗାଣ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀ ବେକାର ଯୁବକ/ଯୁବତୀ ନିଯୁକ୍ତି ଦାବି ଅନ୍ତର୍ଭୁକ୍ତ । ଏକତା ମଞ୍ଚର ଆବାହକ ମନୋଜ ଜେନା, ସଭାପତି ବାୟାଧର ମଲ୍ଲିକ, ସମ୍ପାଦକ ଅକ୍ଷୟ ଜେନା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସୁବ୍ରତ ପୃଷ୍ଟି, ଗୁଣନିଧି ଗୁରୁ, ବିବେକାନନ୍ଦ ମହାନ୍ତି, ସନ୍ତୋଷ ନନ୍ଦ, ସର୍ବେଶ୍ୱର ବେହୁରା, ସୁବାସ ଧଳ, ଗୀତାଞ୍ଜଳି ମହାନ୍ତ, ପ୍ରିୟବ୍ରତ ସାହୁ, ଅଶୋକ ରାଉତ, ନିର୍ମଳ ରଥ ପ୍ରମୁଖ ଜନସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ।

 

0
0
0
s2sdefault