ଶପଥ ନେଲେ ଟିମ ନବୀନ : ୧୩ କ୍ୟାବିନେଟ , ୮ ରାଷ୍ଟ୍ର ସ୍ୱାଧୀନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • କ୍ୟାବିନେଟରେ ୩ ଓ ରାଷ୍ଟ୍ର ପାହ୍ୟାରେ ୨ ମହିଳା

  • ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ମନ୍ତ୍ରୀପଦ

ଭୁବନେଶ୍ୱର : ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀ ମଣ୍ଡଳ | ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ | ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଷମ କଟକର ବିଧାୟକ ଜଗନ୍ନାଥ ସାରକା । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ , ଝାରସୁଗୁଡା ବିଧାୟକ ନବକିଶୋର ଦାସ, ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଶପଥ ନେଇଛନ୍ତି। ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ।
ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂରୁଣା ମନ୍ତ୍ରୀଙ୍କ ମଧ୍ୟରୁ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ପୂର୍ବ ପରି ପୁରୁଣା ବିଭାଗ ଦେଇଛନ୍ତି । ତୁଷାରକାନ୍ତି ବେହେରାଙ୍କୁ ଅତିରିକ୍ତ ଭାବେ ସ୍ବରାଷ୍ଟ୍ର ବିଭାଗ ପ୍ରଦାନ କରାଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟରେ ୩ ଓ ରାଷ୍ଟ୍ର ପାହ୍ୟାରେ ୨ ମହିଳା ସ୍ଥାନ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ପାଇଛନ୍ତି |

କ୍ୟାବିନେଟ୍ ମନ୍ତ୍ରୀ

୧)ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ୍‌
୨) ନିରଞ୍ଜନ ପୂଜାରୀ – ଅର୍ଥ ଓ ସଂସଦୀୟ ବ୍ୟାପାର
୩)ରଣେନ୍ଦ୍ର ପ୍ରତାପ ସ୍ୱାଇଁ -କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ
୪) ପ୍ରଦୀପ ଅମାତ – ଜଙ୍ଗଲ ଓ ପରିବେଶ, ପଞ୍ଚାୟତି ରାଜ, ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
୫)ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା
୬) ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
୭) ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ, ଖଣି ଓ ପୂର୍ତ୍ତ
୮)ପ୍ରତାପ କେଶରୀ ଦେବ- ଶିଳ୍ପ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ଶକ୍ତି
୯)ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ
୧୦) ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୧୧) ଟୁକୁନି ସାହୁ – ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ
୧୨) ଅଶୋକ ଚନ୍ଦ୍ର ପଣ୍ଡା( ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)
୧୩) ରାଜେନ୍ଦ୍ର ଢ଼ୋଲକିଆ- ଯୋଜନା ଓ ସଂଯୋଜନ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ)

୧) ସମୀର ରଞ୍ଜନ ଦାସ – ସ୍କୁଲ ଓ ଗଣଶିକ୍ଷା
୨) ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ
୩) ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
୪) ଶ୍ରୀକାନ୍ତ କୁମାର ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
୫) ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବ ସେବା
୬)ରୋହିତ ପୂଜାରୀ- ଉଚ୍ଚଶିକ୍ଷା
୭)ରୀତା ସାହୁ- ହସ୍ତତନ୍ତ ଓ ବୟନ ଓ ହସ୍ତ ଶିଳ୍ପ
୮)ବାସନ୍ତୀ ହେମ୍ବ୍ରମ- ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିି

ରାଷ୍ଟ୍ର ମନ୍ତ୍ରୀ

ତୁଷାରକାନ୍ତି ବେହେରା – ସ୍ବରାଷ୍ଟ୍ର

0
0
0
s2sdefault