ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଓ ଜଗତମାତା ପାର୍ବତୀ ଙ୍କ ବିବାହ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦରମହକୁମାରୁ ମାତ୍ର ୨ କିଲୋମିଟର ଦୁର୍ଗ ଜଗତସିଂହପୁର ହାଟ ପ୍ରାଚୀନ ସ୍ୱୟମ୍ଭୁ ଶୈବପୀଠ ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଙ୍କ ର ଓ ଜଗତମାତା ପାର୍ବତୀ ଙ୍କ ସହିତ ମହା ସମାରୋହରେ ବୈଦିକ ରୀତିରେ ବିବାହ ଆଜି ସମ୍ପନ୍ନ ହୋଇଯାଇଛି । ଲବ୍ୟ ସୁସଜ୍ଜିତ ବିମାନରେ ପ୍ରଭୁ ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଙ୍କ ବିଜେ ପ୍ରତିମାଙ୍କୁ ସ୍ଵନଙ୍କାର ଓ ନିଆଯାଇ ଯଥାରୀତି ବାଟବରଣୀ, ଗଦିବାସ, ବୈଶାଲାରୋପଣ,କୌତୁଳସୂତ୍ର ବନ୍ଧନ ଓ ବିବାହ ପାଣିଗ୍ରହଣାଦି କାର୍ଯ୍ୟ ସମ୍ପୂର୍ଣ ବୈଦିକ ଜୀତିରେ ମନ୍ଦିରର ପଣ୍ଡିତ ଓ ପୂଳକ ଙ୍କ ଦ୍ଵାରା କରାଯାଇଥିଲା । ଏହି ବିବାହ ରେ ବାଜା ବାଣ ରୋଷଣୀ ଆଦି କରି ଭବ୍ୟ ସମାରୋହରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା lମାଆ ପାର୍ବତୀଙ୍କ ବେଶଭୂଷା ସେବା ନୀତି ଯଥାବିଧି କଲାବେଳେ କରାଇ ପ୍ରାକ୍ତନ ଶିବଶଙ୍କରଙ୍କ ପିତା-ମାତା ହିସାବରେ ସ୍ଵପତ୍ନୀ ଭଗୀରଥି ସାହୁ ଙ୍କ ସହ ଯୋଗଦେଇ ବିବାହକାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଏଥିରେ ମାତାଙ୍କ ପକ୍ଷରୁ କର୍ତ୍ତା ଭଗିରଥୀ ସାହୁ କର୍ତ୍ତୀ ରୀନା ସାହୁ ଓ ଜଗତପିତା ଙ୍କ ପକ୍ଷରୁ ଅଶ୍ୱିନୀ କୁମାର ସ୍ବାଇଁ ଓ କର୍ତ୍ତୀ ସୌଦାମିନି ସ୍ବାଇଁ ଗାଁ ଗାଁ ବୁଲି ବିବାହ ପୁର୍ବରୁ ସମସ୍ତ ଦେବା ଦେବୀ ଓ ସମସ୍ତ ଲୋକମାନଙ୍କୁ ସପରୀବାରେ ଏହି ପବିତ୍ର ଉତ୍ସବ ରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ l ଆସନ୍ତାକାଲି ଶିବ-ପାର୍ବତୀଙ୍କ ବିମାନ ୪ଖଣ୍ଡ ଗ୍ରାମ ପରିକ୍ରମା ସହିତ ଚତୁର୍ଥ ପ୍ରହରୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଅଭ୍ୟାଗତ ଚର୍ଚ୍ଚା କରାଯିବ ।

0
0
0
s2sdefault