ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମର୍ଥନରେ ବାହାରିଲେ ଦିଲ୍ଲୀପ ରାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ସମର୍ଥନ କରି ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟ୍ ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ ’ ଉପରେ ନିଜ ସମର୍ଥନ ଭରା ଟୁଇଟ ରଖିଛନ୍ତି ନବୀନଙ୍କ ପୂର୍ବତନ ସହଯୋଗୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଉଦ୍ୟୋଗପତି ଦିଲ୍ଲୀପ ରାୟ | ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି | ଏହି ପ୍ରକଳ୍ପ ଦ୍ୱାରା ପୁରୀର ମର୍ଯ୍ୟାଦା ବଢିବ ଓ ଆଗନ୍ତୁକ ପର୍ଯ୍ୟଟକମାନେ ଉପକୃତ ହେବେ ବୋଲି ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି |
ସେ ତାଙ୍କ ଟୁଇଟରେ କହିଛନ୍ତି ଯେ "ପ୍ରକୃତରେ ପ୍ରଭୁ ଜଗନ୍ନାଥଙ୍କ ସହମତି ବିନା କିଛି ହୁଏ ନାହିଁ | ଶ୍ରୀମନ୍ଦିର ପ୍ରକଳ୍ପ ଲକ୍ଷ ଲକ୍ଷ ଭକ୍ତଙ୍କୁ ଉପକୃତ କରିବ। ପୁରୀକୁ ଏକ ଆନ୍ତର୍ଜାତୀୟ ଐତିହ୍ୟ ସ୍ଥଳୀରେ ରୂପାନ୍ତର କରିବା ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ବିଜେସ୍ଥଳୀର ଗୁରୁତ୍ୱ ଓ ମର୍ଯ୍ୟାଦା ପରିବର୍ଦ୍ଧନ କରିବା ସହ ଏହାକୁ ସର୍ବୋତ୍ତମ ସଂଗଠିତ ଧାମରେ ପରିଣତ କରିବ |

0
0
0
s2sdefault