ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ଵିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ୱାର୍ଡରେ ପାନୀୟ ଜଳ ପାଇଁ ଡହଳ ବିକଳ ୱାର୍ଡ ବାସୀ I ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ ଉପାଦକ୍ଷଙ୍କ ତତ୍ପରତା ଦେଖା ଦେଉନ ଥିବାରୁ ଉପାଧ୍ୟକ୍ଷଙ୍କ ଉପରୁ ୱାର୍ଡ ବାସୀଙ୍କ ଆସ୍ଥା ତୁଟୁ ଥିବା ଗଞ୍ଜୁଗୁଡ଼ା ଗ୍ରାମର ମହିଳା କହିଛନ୍ତି I ଭୋଟ ପାଇଁ ଉପାଦକ୍ଷ ଘରକୁ ଘର ବୁଲି ଗୋଡ଼ ହାତ ଧରି ନେହୁରା ହୋଇ ଭୋଟ ଭିକ୍ଷା କରିଥିଲେ I ଭୋଟ ଦେଲୁ କାଉନ୍ସିଲର ଭାବେ ନିର୍ବାଚିତ ହେବା ପରେ ଉପାଧ୍ୟକ୍ଷ ହେଲେ I କିନ୍ତୁ ଆଜି ଗଞ୍ଜୁଗୁଡ଼ା ବାସୀଙ୍କ ସମସ୍ୟା ବୁଝୁ ନାହାନ୍ତି I ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଗୁହାରି କରିବାକୁ ଗଲେ ମୁହଁ ବୁଲେଇ ଚାଲିଯାଉଛନ୍ତି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ବୋଲି ଗ୍ରାମର ମହିଳା ରାଜକୁମାରୀ ସାହୁ ଅତି ଦୁଃଖର ସହ ପ୍ରତିକ୍ରିୟା ଦେଇଛନ୍ତି I ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ୧ ରେ ବର୍ତ୍ତମାନ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି I ଯାହା ପାଇଁ ଅଞ୍ଚଳ ବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି I ସୂଚନା ଅନୁସାରେ ୱାର୍ଡ୧ ଅଧିନସ୍ଥ ଗଞ୍ଜୁଗୁଡ଼ା ଓ ଡୁଗୁଡ଼ି ଠାରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ପରିବାରର ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି I ଡୁଗୁଡ଼ି ଗ୍ରାମର ୩୫ ପରିବାରର ପାଇଁ ଚୁଆଁ ସାହାରା ହୋଇ ଥିବାବେଳେ ଗଞ୍ଜୁଗୁଡ଼ା ଗ୍ରାମର ୫୦ ପରିବାର ପାଇଁ ସାହି ମୁଣ୍ଡରେ ଥିବା ଏକ ମାତ୍ର ନଳ କୂପ ପାନୀୟ ଜଳ ପାଇଁ ମୁଖ୍ୟ ଉତ୍ସ ହୋଇ ଥିବା ଅଞ୍ଚବାସୀ କହିଛନ୍ତି I ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ପ୍ରତ୍ୟେକ ୱାର୍ଡ ଓ ସାହିରେ ପାଇପ ବିଛାଯିବା ସହ ଟାଙ୍କି ରଖା ଯାଇଛି I ହେଲେ ପାଇପ ଓ ଟାଙ୍କିରୁ ପାନୀୟ ଜଳ ପାଇବା ୱାର୍ଡ୧ ବାସୀଙ୍କ ପାଇଁ ସପନ ହୋଇ ଥିବା ଗ୍ରାମର ମହିଳା ରାଜକୁମାରୀ ସାହୁ କହିଛନ୍ତି I ସେହିପରି ଡୁଗୁଡ଼ି ଗ୍ରାମରେ ଏକା ସମସ୍ୟା ପାଇପ ବିଛା ଯିବା ସହ ଟାଙ୍କି ରଖା ଯାଇଛି କିନ୍ତୁ ବୁନ୍ଦାଏ ପାଣି ଆସୁନ ଥିବା ଗ୍ରାମବାସୀ କହିଛନ୍ତି I ଡୁଗୁଡ଼ି ଗ୍ରାମରେ ବହୁ ବର୍ଷ ପୂର୍ବେ ଅଞ୍ଚଳ ବାସୀଙ୍କ ବ୍ୟବହାର ପାଇଁ ଏକ ଚୁଆଁ କରାଯାଇ ଥିଲା I କିନ୍ତୁ ତାହା ଏନଏସିର ଅନ୍ତରିକତାର ଅଭାବରୁ ପୁନଃରୁଦ୍ଧାର ହୋଇ ପାରୁନାହିଁ I ବହୁ ବର୍ଷ ଧରି ପୁନଃରୁଧାର ହୋଇ ନ ଥିବାରୁ ଚୁଆଁରେ ପୋକ ସାଲୁବାଲୁ ହେଉ ଥିଲେ ସୁଦ୍ଧା ଭାଗ୍ୟକୁ ଦ୍ୱାହି ଦେଇ ଅଞ୍ଚଳ ବାସୀ ସେହି ଚୁଆଁର ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉ ଥିବା ଡୁଗୁଡ଼ିବାସୀ କହିଛନ୍ତି I ଚୁଆଁର ପୁନଃରୁଦ୍ଧାର କରିବା ପାଇଁ ବାରମ୍ବାର ଏନଏସିକୁ ଦାବୀ କରି ବିଫଳ ହେବା ପରେ ଡୁଗୁଡ଼ି ଗ୍ରାମବାସୀ ନିଜେ ଚାନ୍ଦା କରି କିଛି ବର୍ଷ ପୂର୍ବେ ଚୁଆଁର ପଙ୍କ ବାହାର କରି ଥିଲେ I ଯାହାକି ବ୍ୟବହାର ଉପଯୋଗୀ ପାଇଁ ଯଥେଷ୍ଟ ନ ଥିଲା ବୋଲି ଡୁଗୁଡ଼ି ଗ୍ରାମର ଯୁବକ ସୁରଜ ନାୟକ କହିଛନ୍ତି I ବର୍ତ୍ତମାନ ଧୀରେ ଧୀରେ ଚୁଆଁରେ ପଙ୍କ ଓ ଭିଭିନ୍ନ ପ୍ରକାର ଘାସ ମାଡ଼ି ଯିବାରୁ ପୋତି ହେବାରେ ଲାଗିଛି I ଯଦି ଏନଏସି କର୍ତ୍ତୃପକ୍ଷ ୱାର୍ଡ୧ ବାସୀଙ୍କ ପାନୀୟ ଜଳ ସମସ୍ୟା ଦୁର କରିବା ପାଇଁ ତତ୍ପର ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ ଡୁଗୁଡ଼ି ଓ ଗଞ୍ଜୁଗୁଡ଼ା ବାସୀ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ସୁରଜ ନାୟକ, ସାଗର ନାୟକ, ଦିଲୀପ ନାୟକ, ବାବନ ନାୟକ, ବିଜୟ ନାୟକ, ମଙ୍ଗୁଲୁ ନାୟକ, ସାରଙ୍ଗଧାର ନାୟକ, ଅଜୟ ନାୟକ, ମୌସୁମୀ ନାୟକ, ନର୍ମଦା ନାୟକ, ପ୍ରତିମା ପ୍ରଧାନ, ଟୁପାଇ ନାୟକ, ନନ୍ଦିନୀ ପ୍ରଧାନ, ସତ୍ୟବତୀ ପ୍ରଧାନ, ବିପ୍ର ଚରଣ ପ୍ରଧାନ(ପୂର୍ବତ୍ତନ ଅଧ୍ୟକ୍ଷ), ପ୍ରକାଶ ନାୟକ, ବୀରେନ୍ଦ୍ର ସାହୁ, ଚନ୍ଦ୍ରକାନ୍ତ ଭୋଇ, ଲଳିତ ମଲ୍ଲୀକ, କବିତା ଦିଗାଲ, ଲସୀମା ପ୍ରଧାନ, ରାଜକୁମାରୀ ସାହୁ, ଲବଣ୍ୟ ପ୍ରଧାନ ଓ କବିତା ଭୋଇ ପ୍ରମୁଖ ଚେତାବନୀ ଦେଇ ଛନ୍ତି I ଉତ୍କଟ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗଞ୍ଜୁଗୁଡ଼ା ଓ ଦୁଗୁଡ଼ି ବାସୀଙ୍କୁ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଣ ହେଉନ ଥିବା ଗଞ୍ଜୁଗୁଡ଼ା ଗ୍ରାମର ମହିଳା ରାଜକୁମାରୀ ସାହୁ ପ୍ରକାଶ କରିଛନ୍ତି I ଏହି ସମସ୍ୟା ସମ୍ପର୍କରେ ଆମେ ଅଧକ୍ଷା ଭାନୁପ୍ରଭା ମିଶ୍ର ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ଏନଏସି କାର୍ଯ୍ୟାଳୟକୁ ଯାଇ ମତାମତ ଗ୍ରହଣ କରିବା ପାଇଁ ଚେଷ୍ଟା କରିଥିଲୁ I କିନ୍ତୁ ଦୁହେଁ ଏହି ସମସ୍ୟାକୁ ଗୁରୁତର ସହ ଗ୍ରହଣ ନ କରି କଥାକୁ ଏଡ଼ାଇ ଦେଇ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I
ରାଜ୍ୟ
ବୁନ୍ଦାଏ ପାନୀୟ ଜଳ ପାଇବା ପାଇଁ ଡହଳବିକଳ ୱାର୍ଡ ୧ର ବାସୀ, ଗୁହାରି ପରେ ମଧ୍ୟ ନାହିଁ ପ୍ରଶାସନର ତତ୍ପରତା
- Hits: 287